Friday, April 3, 2026
33.6 C
Odisha

    ଦିଲ୍ଲୀ ହାଇକୋର୍ଟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଛନ୍ତି। ବଚ୍ଚନ ପରିବାରର ବୋହୂ ତାଙ୍କ ଝିଅର ଲାଳନପାଳନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ତଥାପି କୌଣସି ନା କୌଣସି କାରଣରୁ ସେ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି।କେତେବେଳେ ନିଜର ପାରିବାରିକ ବିବାଦକୁ ନେଇ ତ ଆଉ କେତେବେଳେ ନିଜ କ୍ୟାରିୟରକୁ ନେଇ। ଆଉ ଏବେ ଐଶ୍ୱର୍ଯ୍ୟା ପୁଣିଥରେ ଖବର ଭିତରକୁ ଟାଣି ହୋଇ ଆସିଛନ୍ତି।

    କାରଣ ଆଜି ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି ଐଶ୍ୱର୍ଯ୍ୟା। ହେଲେ ଆପଣ ଭାବୁଥିବେ ତାଙ୍କ ପାରିବାରିକ କାରଣକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ନା, ଐଶ୍ୱର୍ଯ୍ୟା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି ଯେ ତାଙ୍କ ବ୍ୟକ୍ତିତ୍ୱ ଅଧିକାରକୁ ସୁରକ୍ଷା ଦିଆଯାଉ ଏବଂ କିଛି ଲୋକଙ୍କୁ ତାଙ୍କ ନାମ, ପ୍ରତିଛବି ଏବଂ ଏଆଇ ଦ୍ୱାରା ପରିଚାଳିତ ଅଶ୍ଳୀଳ ବିଷୟବସ୍ତୁ ବ୍ୟବହାର କରିବାରୁ ବନ୍ଦ କରାଯାଉ।

    ଐଶ୍ୱର୍ଯ୍ୟା କହିଛନ୍ତି ଯେ ତାଙ୍କ ଫଟୋଗୁଡ଼ିକୁ ତାଙ୍କ ଅନୁମତି ବିନା ବ୍ୟବହାର କରାଯାଉଛି। ଅଭିନେତ୍ରୀ କୋର୍ଟଙ୍କଠାରୁ ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ଦାବି କରିଛନ୍ତି। ଐଶ୍ୱର୍ଯ୍ୟା ତାଙ୍କ ଆବେଦନରେ କହିଛନ୍ତି, ତାଙ୍କର ‘ଫେକ୍ ଅନ୍ତରଙ୍ଗ ଫଟୋଗୁଡ଼ିକର କପି, ମଗ୍ ଏବଂ ଅନ୍ୟାନ୍ୟ ଜିନିଷକୁ ବିକ୍ରି କରିବା ପାଇଁ ବ୍ୟବହାର କରାଯାଇଛି। ସେହି ସମୟରେ ସ୍କ୍ରିନସଟରେ ଥିବା ଫଟୋଗୁଡ଼ିକୁ ବିକୃତ କରାଯାଇଛି, ସେଗୁଡ଼ିକ ସମସ୍ତ AI ଜେନେରେଟେଡ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ