Sunday, April 5, 2026
27.8 C
Odisha

    ଦିଶା ଫାଉଣ୍ଡେସନରେ ଅନ୍ତେବାସୀଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

    ଆଗକୁ ପଢନ୍ତୁ

    ପୁରୀ : ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ପୂବାଶାସନ ଅଞ୍ଚଳରେ ଥିବା ଦିଶା ଫାଉଣ୍ଡେସନ୍ ନାମକ ଏକ ନିଶା ନିବାରଣ ଓ ଯୋଗ ପ୍ରାଣାୟାମ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ଶୁଭାଶୀଷ ନାୟକ ଓରଫ୍ କିରଣ(୨୬) ଓ ତାଙ୍କ ଘର ଭୁବନେଶ୍ବରସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।ଶୁଭାଶୀଷ ସୂଚୀବାଇ ମାନସିକ ରୋଗରେ ପୀଡିତ ଥିବାବେଳେ ପରିବାର ପକ୍ଷରୁ ତାଙ୍କୁ ଯୋଗ ଓ ପ୍ରାଣାୟାମ ଚିକିତ୍ସା ପାଇଁ ଗତ ଡିସେମ୍ବର ୩ ତାରିଖରୁ ଦିଶା ଫାଉଣ୍ଡେସନରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ଗତକାଲି ଅପରାହ୍ଣ ସାଢେ ୩ଟା ସମୟରେ ଏହି କେନ୍ଦ୍ରର ମୁଖ୍ୟ ପ୍ରତାପ ମହାନ୍ତି ଫୋନ କରି ଶୁଭାଶୀଷଙ୍କ ବାପା ନବକୃଷ୍ଣ ନାୟକଙ୍କୁ କହିଥିଲେ ଯେ, ଆପଣଙ୍କ ପୁଅର ବାନ୍ତି ହେଉଛି ଓ ଆପଣ କ୍ୟାପିଟାଲ ହସ୍ପିଟାଲକୁ ଆସନ୍ତୁ। ଏହାର ୧୦ ମିନିଟ୍ ପରେ ପୁଅର ମୃତ୍ୟୁ ହୋଇଥିବା ନେଇ ପୁନର୍ବାର ଫୋନ କରି କହିଥିଲେ। ତେବେ ଏହି ଅନୁଷ୍ଠାନର କର୍ମଚାରୀମାନେ ତାଙ୍କ ପୁଅକୁ ଆକ୍ରମଣ କରି ମାଡ଼ମାରି ମାରିଦେଇଥିବା ସମ୍ପର୍କରେ ସେ ଗୁରୁବାର ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପୁଲିସରେ ଏନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି।ସାଇଣ୍ଟିଫିକ୍ ଟିମ୍ ସହ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସନ୍ଦୀପ ଦାସ ପ୍ରମୁଖ ଦିଶା ଫାଉଣ୍ଡେସନ୍ ତଥା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ମାଡ ମରାଯାଇଥିବା ଏକ ଭଙ୍ଗା ପ୍ଲାଷ୍ଟିକ ଲାଠି, ସିସିଟିଭି ହାର୍ଡଡିସ୍କ ଓ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଜବତ କରିଛନ୍ତି। ଏହି ଘଟଣାରେ ଉକ୍ତ ଅନୁଷ୍ଠାନର ୭ ଜଣ କର୍ମଚାରୀଙ୍କୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଥିବାବେଳେ ଅନୁଷ୍ଠାନ ମୁଖ୍ୟ ଫେରାର ହୋଇଯାଇଥିବା ସୂଚନା ମିଳିଛି। ମୃତଦେହକୁ ଆଜି ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମୃତ ଶୁଭାଶୀଷ ଜଣେ ଯୁବ ସମାଜସେବୀ ହୋଇଥିବାବେଳେ ସେ ବି.କମ୍ ପରେ ଏମବିଏ ପାସ କରି ଚାକିରୀ ଅନ୍ୱେଷଣରେ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.8 ° C
    27.8 °
    27.8 °
    45 %
    2kmh
    99 %
    Sat
    27 °
    Sun
    36 °
    Mon
    38 °
    Tue
    37 °
    Wed
    38 °

    ସମ୍ବନ୍ଧିତ