Saturday, June 27, 2026
25.4 C
Odisha

    ଦୀନା ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

    ଆଗକୁ ପଢନ୍ତୁ

    କାନପୁର : କାନପୁର ଘାଟମପୁରର ଦୀନା ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ତିନିଟି ଦୋକାନ ଜଳି ଯାଇଛି । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସକାଳେ ଦୋକାନ ଖୋଲିବା ସମୟରେ ଏହି ଅଘ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।

    ସୂଚନାନୁଯାୟୀ, ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ତୁରନ୍ତ ନିଆଁ ବ୍ୟାପିଯାଇଥିଲା । ଫଳରେ ଅନ୍ୟ ଦୋକାନଗୁଡିକ ମଧ୍ୟ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ତିନିଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ସେହି ୩ଟି ଦୋକାନ ଗୋଟିଏ ପରିବାରର ବୋଲି ଜଣାପଡିଛି । ଅଗ୍ନିକାଣ୍ଡ ଯୋଗୁଁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ଲୋକଙ୍କୁ ସୁରକ୍ଷିତ ଦୂରତାରେ ରଖିଛି । ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    86 %
    0.8kmh
    100 %
    Sat
    35 °
    Sun
    37 °
    Mon
    36 °
    Tue
    32 °
    Wed
    31 °

    ସମ୍ବନ୍ଧିତ