Saturday, June 6, 2026
31.7 C
Odisha

    ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ, ସତର୍କତା ଜାରି କଲା ପାଣିପାଗ ବିଭାଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦେଶରେ ଗରମର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଉତ୍ତର ଭାରତରେ ଖାସ୍ କରି ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ଭୟଙ୍କର ଗରମ ଦେଖିବାକୁ ମିଳୁଛି । ଖରାର ପ୍ରକୋପ ବଢୁଥିବା ମଧ୍ୟରେ ପାଣିପାଗ ବିଭାଗ(IMD) ବର୍ଷା ସତର୍କତା ଜାରି କରିଛି ।

    ସୂଚନାନୁଯାୟୀ, ଆଜି ଦିଲ୍ଲୀରେ ଗରମରୁ କୌଣସି ମୁକ୍ତି ମିଳିବ । ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏଥିସହିତ ୨୭ ଏପ୍ରିଲ ପର୍ଯ୍ୟନ୍ତ ହିଟୱେଭ୍ ଜାରି ରହିବା ସହିତ ୨୭ ତାରିଖରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

    ସେହିପରି ଉତ୍ତରପ୍ରଦେଶରେ ଗରମ ପ୍ରବାହ ପାଇଁ ଏପ୍ରିଲ୍ ୨୪ରୁ ୨୭ ପର୍ଯ୍ୟନ୍ତ ହିଟୱେଭ୍ ଜାରି କରାଯାଇଛି । ଉତ୍ତରପ୍ରଦେଶରେ ଏପ୍ରିଲ ୨୮ରୁ ଏପ୍ରିଲ ୩୦ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ବିହାରରେ ଆସନ୍ତାକାଲିଠାରୁ ପାଗ କୋହଲା ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏପ୍ରିଲ ୨୬ ଠାରୁ ପାଟନା, ଗୟା, ଭାଗଲପୁର ଏବଂ ଦରଭଙ୍ଗା ପାଇଁ ବଜ୍ରପାତ ସତର୍କତା ଜାରି କରିଛି ।

    ଅନ୍ୟପଟେ ରାଜସ୍ଥାନର ବାରମେରରେ ସର୍ବାଧିକ ତାପମାତ୍ରା ୪୪.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ଆହୁରି ୧ ରୁ ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ମହାରାଷ୍ଟ୍ରରେ ଆଗୁଆ ମୌସୁମୀ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ । ଏଥିସହ ଆଜି କୋଙ୍କଣ, ମରଠୱାଡା ଏବଂ ପଶ୍ଚିମ ମହାରାଷ୍ଟ୍ରର କିଛି ସ୍ଥାନରେ ଝଡ଼ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । କିଛି ଜିଲ୍ଲାରେ କୁଆ ପଥର ବର୍ଷାର ମଧ୍ୟ ସମ୍ଭାବନା ରହିଛି । ପାଗକୁ ଦୃଷ୍ଟିରେ ରଖି ୟେଲୋ ଆଲର୍ଟ ଜାରି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    31.7 ° C
    31.7 °
    31.7 °
    46 %
    1.4kmh
    100 %
    Sat
    31 °
    Sun
    41 °
    Mon
    43 °
    Tue
    44 °
    Wed
    43 °

    ସମ୍ବନ୍ଧିତ