Tuesday, October 13, 2026
21.3 C
Odisha

    ମତେ, ମୋ ମା’ଙ୍କୁ ଅଭଦ୍ର ଭାଷା କହୁଛନ୍ତି … ସାର୍କ ଟାଙ୍କ୍ ଇଣ୍ଡିଆର ବିଚାରପତିଙ୍କୁ ପଡୁଛି ଗାଳି ; ଭିଡ଼ିଓ କରି କହିଲେ ଏମିତି କଥା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ଭାରତରେ ଯେମିତି ବିବାଦର ପବନ ବୋହୁଛି । ପ୍ରଥମେ ନାସିକର ଟିସିଏସ୍ କମ୍ପାନି ତା’ପରେ ଲେନ୍ସକାର୍ଟ କମ୍ପାନିର ଡ୍ରେସକୋଡ୍ ବିବାଦ ଆଉ ଏବେ ଏମକ୍ୟୁର୍ ଫାର୍ମା କମ୍ପାନିର ନିର୍ଦ୍ଦେଶକ ନମିତା ଥାପରଙ୍କୁ ନେଇ ବିବାଦ ଘନେଇଛି । ଏକଦା ଟିଭିର ସବୁଠୁ ପସନ୍ଦ ଶୋ’ ସାର୍କ ଟାଙ୍କ ଇଣ୍ଡିଆର ବିଚାରପତି ଥିବା ନମିତା ଥାପର ଏବଂ ଲେନ୍ସକାର୍ଟ କମ୍ପାନିର କୋ-ଫାଉଣ୍ଡର୍ ପିୟୁଷ୍ ବଂଶଲ ଏବେ ନାହି ନଥିବା ଟ୍ରୋଲିଂର ଶିକାର ହେଉଛନ୍ତି । ଲେନ୍ସକାର୍ଟ କମ୍ପାନି ଭିତରେ କର୍ମଚାରୀମାନଙ୍କୁ ତିଲକ ଏବଂ ଟିକିଲି ଲଗାଇବା ଓ ରକ୍ଷାସୂତା ପିନ୍ଧିବା ପାଇଁ ମନା ଥିଲା । କିନ୍ତୁ ବୁରଖା ପିନ୍ଧିବା ପାଇଁ କୌଣସି ବାରଣ ନଥିଲା । ଯାହାକୁ ନେଇ କିଛି ହିନ୍ଦୁ ସମାଜ ଆକ୍ରୋଶରେ ଆସି ପିୟୁଷ୍ ବଂଶଲଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲା । ଏମିତିକି କମ୍ପାନି ଭିତରେ ପଶି କିଛି ଲୋକ ମୁଣ୍ଡରେ ତିଲକ ଲଗାଇ ଲେନ୍ସକାର୍ଟର ନିୟମକୁ ହିନ୍ଦୁ ବିରୋଧୀ ବୋଲି କହିଥିଲେ । ତେବେ ବର୍ତ୍ତମାନ ଏହି ବିବାଦର ଧାସ ସାର୍କ ଟ୍ୟାଙ୍କ ଇଣ୍ଡିଆର ପୂର୍ବତନ ବିଚାରପତି ନମିତା ଥାପରଙ୍କୁ ବାଜିଛି । ନିକଟରେ ସେ ଏକ ଭିଡିଓ କରି ଅନଲାଇନ୍ ଟ୍ରୋଲିଂ ଏବଂ ତାଙ୍କୁ କେମିତି ଦୁର୍ବ୍ୟବହାର କରାଯାଉଛି ସେ ସମ୍ପର୍କରେ ଖୋଲାଖୋଲି ଭାବେ କହିଛନ୍ତି । ଇଦ୍ ସମୟରେ ସେ ନମାଜ ସମ୍ବନ୍ଧୀୟ କଥା କହିଥିଲେ ଯାହା ସୋସିଆଲ ମିଡିଆରେ ବିବାଦ ସୃଷ୍ଟି କରିଥିଲା ଏବଂ ଧୀରେ ଧୀରେ ବ୍ୟକ୍ତିଗତ ଆକ୍ରମଣରେ ପରିଣତ ହୋଇଥିଲା । ନମିତା ଭିଡିଓ କରି କହିଛନ୍ତି ଯେ ଏହି ଟ୍ରୋଲିଂ ତାଙ୍କ ପରିବାରକୁ ସମ୍ପୁର୍ଣ୍ଣ ଚାପଗ୍ରସ୍ତ କରି ରଖିଛି । ନମିତା ନିଜ ପୋଷ୍ଟରେ ନମାଜର କିଛି ଶାରୀରିକ ଏବଂ ମାନସିକ ଲାଭ ବିଷୟରେ କହିଥିଲେ। ନମାଜ ବେଳେ କରାଯାଉଥିବା କିଛି ଆସନକୁ ସେ ଯୋଗ ସହିତ ତୁଳନା କରିଥିଲେ ଏବଂ କହିଥିଲେ ଯେ ଏହି ଆସନ ପାଚନ ଏବଂ ଚାପ କମାଇବାରେ ସାହାଯ୍ୟ କରିଥାଏ । ତାଙ୍କର ଲକ୍ଷ୍ୟ ଥିଲା ଏହାକୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦେଖିବା କିନ୍ତୁ ୟୁଜର୍ ଏହାକୁ ସମାଲୋଚନା ,ଟ୍ରୋଲିଂ ଆଡ଼କୁ ନେଇଗଲେ । ଆଉ ଏବେ ବିବାଦ ଏତେ ଖରାପ ଦିଗ ଆଡ଼କୁ ଆଗେଇଛି ଯେ ସେ ବାଧ୍ୟ ହୋଇ ଭିଡିଓ କରିଛନ୍ତି ।
    ନମିତା ନିଜ ପେସାକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଜଣେ ହେଲ୍ଥକେୟାର୍ ପ୍ରଫେସନାଲ୍ ଏବଂ ପୂର୍ବରୁ ଭିନ୍ନ ଭିନ୍ନ ଧର୍ମ ଏବଂ ସ୍ବାସ୍ଥ୍ୟ ପ୍ରତି ଏହାର ଲାଭକୁ ନେଇ ସେ ଅନେକ ଟିପ୍ସ ଦେଇଛନ୍ତି । ଯୋଗରୁ ଆରମ୍ଭ କରି ସୂର୍ଯ୍ୟ ନମସ୍କାର ପର୍ଯ୍ୟନ୍ତ ସେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଥିବା ବେଳେ ଏବେ କାହିଁକି ତାଙ୍କୁ ଟ୍ରୋଲ୍ କରାଯାଉଛି । ସବୁବେଳେ ବୈଜ୍ଞାନିକ ତଥ୍ୟ ଏବଂ ଲୋକଙ୍କୁ ସଚେତନ କରିବା ପାଇଁ ସେ ହେଲ୍ଥ ଟିପ୍ସ ଦେଇଥା’ନ୍ତି କିନ୍ତୁ ଲୋକ ଏହାକୁ ଧାର୍ମିକ ଭାବନା ସହିତ ଯୋଡୁଛନ୍ତି । ନିଜକୁ ଜଣେ ସଚ୍ଚା ହିନ୍ଦୁ କହି ନମିତା କହିଥିଲେ ଯେ ସେ ମହିଳାଙ୍କ ହକ,ସୁରକ୍ଷାକୁ ନେଇ ପୂର୍ବରୁ ଅନେକ ଭିଡିଓ କରିଥିଲେ କିନ୍ତୁ ଏଥିରେ ତାଙ୍କୁ ଯେତେ ଫୋକସ୍ ମିଳିବା କଥା ତାହା ନ ମିଳି ଅନାବନା ଭିଡିଓରୁ ମିଳୁଛି ଯାହା ପ୍ରକୃତ ମୁଦ୍ଦାରୁ ଧ୍ୟାନ ହଟାଇବା ଭଳି ହେଉଛି । ଖାଲି ଏତିକି ନୁହେଁ ନମିତା ଆଗକୁ କହିଥିଲେ ଯେ ଯେଉଁ ଲୋକମାନେ ଅନଲାଇନରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅତି ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି ତାଙ୍କୁ ତାଙ୍କ କର୍ମର ଫଳ ନିଶ୍ଚୟ ମିଳିବ । ଭଗବାନ ସବୁ ଦେଖୁଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.3 ° C
    21.3 °
    21.3 °
    84 %
    1.1kmh
    11 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ