Tuesday, July 28, 2026
23.8 C
Odisha

    ଦୁଇଦିନ ଯାଏଁ ଚାରଧାମ ଯାତ୍ରା ସ୍ଥଗିତ

    ଆଗକୁ ପଢନ୍ତୁ

    ଉତ୍ତରାଖଣ୍ଡ : ଚାରଧାମ ଯାତ୍ରା କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର । ଉତ୍ତରାଖଣ୍ଡରେ ହେଉଥିବା ଚାରଧାମ ଯାତ୍ରାକୁ ୨ ଦିନ ଯାଏଁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯାତ୍ରା ମଙ୍ଗଳବାର ଏବଂ ବୁଧବାର ବନ୍ଦ ରହିବ ବୋଲି ଜଣାପଡିଛି ।

    ଖବର ମୁତାବକ, ଚାରଧାମ ଯାତ୍ରା ମାର୍ଗରେ ଅନେକ ସ୍ଥାନରେ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ରାସ୍ତା ବନ୍ଦ ପଡିଛି । ପ୍ରବଳ ବର୍ଷା ଯୋଗୁଁ ଆଲଟର୍ କାରଣରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ଏବଂ ଆସନ୍ତାକାଲି ପାଇଁ ଚାରଧାମ ଯାତ୍ରାକୁ ସ୍ଥଗିତ କରାଯାଇଛି । ପାଣିପାଗ ଠିକ୍ ରହିଲେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ଖବର ମିଳିଛି ।

    ଚାରଧାମ ଯାତ୍ରା ସାମାନ୍ୟ ରୂପେ ହରିଦ୍ବାର କିମ୍ବା ଋଷିକେଶରୁ ଆରମ୍ଭ ହୁଏ । ଯାତ୍ରା ବେଳେ ଶ୍ରଦ୍ଧାଳୁ ଯମୁନେତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଯାଇ ଦର୍ଶନ କରନ୍ତି । ଯାତ୍ରା ମୁଖ୍ୟ ରୂପେ ମଇ ଜୁନରୁ ନଭେମ୍ବର ଯାଏଁ ଖୋଲା ରହିଥାଏ । ଶୀତଦିନରେ ବରଫ ପଡ଼ୁଥିବାରୁ ବନ୍ଦ ରହିଥାଏ ।

    ଗଙ୍ଗୋତ୍ରୀ, କେଦାରନାଥ, ବଦ୍ରିନାଥ ଏବଂ ଆଖାପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଡଘଡ ସମ୍ଭାବନା ରହିଛି । ବର୍ଷା ହେବା କାରଣରୁ ଆଲର୍ଟ ଜାରି କରାଯାଇଛି । ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ୍ କରାଯାଇଛି ।

    ବିଭିନ୍ନ ଜିଲ୍ଲାରେ ଫ୍ଲାସଫ୍ଲଡ ଆଶଙ୍କା କରାଯାଉଛି । ଉତ୍ତରାଖଣ୍ଡରେ ଅଲମୋଡା, ବାଗେଶ୍ବର, ଚମୋଲି, ଡେରାଡୁନ, ନୈତିନାଲ, ପିଥୋରାଗଢ, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀ ଜିଲ୍ଲା ସାମିଲ ରହିଛି । ଜମ୍ମୁ କଶ୍ମୀରର ଡୋଡା, କିସ୍ତୱାଡ, ଉଦ୍ଧମପୁରଏବଂ ଶାମ୍ବା ଜିଲ୍ଲା ସାମିଲ ରହିଛି । ହିମାଚଳ ପ୍ରଦେଶର ଚମ୍ବା, କାଙ୍ଗଡା, କୁଲ୍ଲୁ, ମଣ୍ଡି, ସିମଲା, ସିରମୋର ଏବଂ ସୋଲନ ଜିଲ୍ଲା ସାମିଲ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    94 %
    4kmh
    100 %
    Tue
    24 °
    Wed
    25 °
    Thu
    28 °
    Fri
    30 °
    Sat
    30 °

    ସମ୍ବନ୍ଧିତ