Tuesday, April 7, 2026
35.3 C
Odisha

    ଦୁଇସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ; ୫ଗୁରୁତର

    ଆଗକୁ ପଢନ୍ତୁ

    କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଧୀନ ଖତକୁରବାହାଲ ପଞ୍ଚାୟତର ଉପରବାହଲ ଗ୍ରାମରେ ଥିବା କଳାପାହଡ଼ ତଥା ଛୋଟ କାଶ୍ମୀର ଭାବେ ପରିଚିତ ପାହାଡ଼ରେ ରବିବାର ଅପରାହ୍ଣରେ ଦୁଇ ସମ୍ପ୍ରଦାୟ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏହି ଘଟଣାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକଙ୍କ ଆକ୍ରମଣରେ କୁତ୍ରା, ଲାଇନ ଓ ରାଇରବାହାଲ ଅଞ୍ଚଳର ୫ଜଣ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସୀଧୀନ ରହିଛନ୍ତି । ଏହି ଘଟଣାକୁ ପ୍ରତିବାଦ କରି କୁତ୍ରା ଖତକୁରବାହାଲ ରାସ୍ତାକୁ ସୋମବାର କୁତ୍ରା ଗ୍ରାମବାସୀ ବନ୍ଦ କରିବା ସହିତ କୁତ୍ରା ବଜାରକୁ ମଧ୍ୟ ବନ୍ଦ କରିଥିଲେ । ଏହି ଘଟଣାରେ କୁତ୍ରା ପୁଲିସ ୪ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
    କୁତ୍ରା ଥାନା ଅଧୀନ ଖତକୁରବାହାଲ ପଞ୍ଚାୟତର ଉପରବାହଲଠାରେ କିଛି ପହାଡ଼ ସମୂହ ରହିଛି । ଉକ୍ତ ପାହାଡ଼ଗୁଡିକ କଳା ପାହାଡ଼ ଭାବେ ପରିଚିତ । କିଛିଦିନ ପୂର୍ବେ ଏହି ପାହାଡ଼ରେ କିଛି ଲୋକ ଆଲବମ ଗୀତ ସୁଟିଂ କରିବା ସହିତ ଏହି ପାହାଡକୁ ଛୋଟା କାଶ୍ମୀର ପରିଚୟ ଦେଇ ଇଷ୍ଟାଗ୍ରାମ ସହିତ ଫେସ୍‌ବୁକରେ ପାହାଡ଼ର ବିଭିନ୍ନ ସିନେରି ଗୁଡ଼ିକୁ ଛାଡିଥିଲା । ଏହି ପାହାଡ଼କୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିବାରେ ଲାଗିଥିଲା । ଧୀରେଧୀରେ ଏହି ପାହାଡ଼ରେ ଭୋଜିଭାତ ସହିତ ମଦୁଆଙ୍କ ଆଗମନ ବଢ଼ିବାରେ ଲାଗିଲା । ଗତ ରବିବାର କୁତ୍ରା, ଲାଇନ ଓ ଗଇରବାହାଲ ଅଞ୍ଚଳର କିଛି ଯୁବକ ଉକ୍ତ ପାହାଡ଼ରେ ଭୋଜିଭାତ କରୁଥିବାବେଳେ ପାହାଡ଼ ପାଖରେ ଥିବା ଖତକୁରବାହାଲ ଗ୍ରାମର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଆସି ଭୋଜିଭାତ କରୁଥିବା ଯୁବକଙ୍କ ସହିତ ଗଣ୍ଡଗୋଳ କରି ନିଜ ଗ୍ରାମରୁ ଯୁବକମାନଙ୍କୁ ଡାକିଥିଲେ । ଉକ୍ତ ଗ୍ରାମରୁ ୪୦ରୁ ଊର୍ଦ୍ଧ୍ୱ ଯୁବକ ଆସି ଖଣ୍ଡା, ଭୂଜାଲି ଓ ପଥରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ୫ଜଣ ଯୁବକ ଗୁରୁତର ହୋଇଥିଲେ । କୁତ୍ରା ପୁଲିସ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲା । ଘଟଣା ପ୍ରଘଟ ହେବାପରେ କୁତ୍ରା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଏହି ଘଟଣାରେ କୁତ୍ରା ପୁଲିସ ଖତକୁରବାହାଲ ଗ୍ରାମର ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ୧୪ଜଣ ଯୁବକଙ୍କୁ ତଦନ୍ତ ପାଇଁ ଥାନାକୁ ଆଣିଥିବାବେଳେ ସୋମବାର ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ କରୁଥିବା କୁତ୍ରା ପୁଲିସ ଅଧିକାରୀ ମନୋରଞ୍ଜନ ବିସି ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ