Saturday, November 8, 2025
24.8 C
Odisha

    ଦୁଇ ମଟର ସାଇକେଲ ମଧ୍ୟରେ ଧକ୍କା, ୩ ମୃତ

    ଆଗକୁ ପଢନ୍ତୁ

    ମାଲକାନଗିରି : ମାଲକାନଗିରି ଜିଲ୍ଲା କରୁକୋଣ୍ଡା ମାଲକାନଗିରି ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୩ ମୃତ ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଦୁଇ ମଟର ସାଇକେଲ ମଧ୍ୟରେ ମୁହାଁ ମୁହିଁ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଦମ୍ପତିଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ସୂଚନା ଅନୁଯାୟୀ, ସ୍ୱାମୀ ସ୍ତ୍ରୀ ମାଲକାନଗିରିରୁ କରୁକୋଣ୍ଡା ରାସ୍ତାରେ ଯିବା ସମୟରେ mv11 ନମ୍ବର ନିକଟରେ କରୁକୋଣ୍ଡାରୁ ଦ୍ରୁତ ଗତିରେ ଆସୁଥିବା ଆଉ ଏକ ମଟର ସାଇକେଲ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
    ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବା ବେଳେ ମାଲକାନଗିରି ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    56 %
    1.9kmh
    6 %
    Sat
    27 °
    Sun
    26 °
    Mon
    25 °
    Tue
    25 °
    Wed
    25 °

    ସମ୍ବନ୍ଧିତ