Sunday, March 22, 2026
21.2 C
Odisha

    ଦୁନିଆର ସବୁଠାରୁ ମହଙ୍ଗା ପୋକ;ଦାମ ୭୫ଲକ୍ଷ ଟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦୁନିଆରେ ଏଭଳି ଅନେକ ଜିନିଷ ରହିଛି, ଯାହା ବିଷୟରେ ଜାଣିଲେ ବେଶ ଆଶ୍ଚର୍ଯ୍ୟ ଲାଗିଥାଏ। ସହଜରେ ବିଶ୍ୱାସ ହୋଇନଥାଏ। ମାତ୍ର ଆପଣ ଜାଣନ୍ତି କି ଏଭଳି ଏକ ପୋକ ରହିଛି, ଯାହାର ଦାମ୍‌ ଲକ୍ଷ ଲକ୍ଷ ଟଙ୍କା। ଏହା ଏତେ ମହଙ୍ଗା ଯେ, ଏହି ଦାମ୍‌ରେ ବିଏମଡବ୍ଲ୍ୟୁ କିମ୍ବା ଅଡି ଭଳି ଦାମୀ କାର୍‌ ମଧ୍ୟ କିଣିପାରିବେ। ଜାଣନ୍ତୁ ଏହି ପୋକ ବିଷୟରେ..

    ଦୁନିଆର ସବୁଠାରୁ ମହଙ୍ଗା ପୋକ ଷ୍ଟେଗ ବିଟଲ୍‌ (stag beetle)। ଏହାର ଦାମ୍‌ ୭୫ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏହି ପୋକ ଅଳିଆ ଆର୍ବଜନାରେ ରହିଥାଏ। ଦାମୀ ଦାମୀ କାର୍‌ଠାରୁ ମଧ୍ୟ ଏହାର ଦାମ୍‌ ଅଧିକ।ଏହି ପୋକ ଖୁବ୍‌ ଦୁର୍ଲ୍ଲଭ। ବିଶେଷ କରି ଏମାନେ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଅଞ୍ଚଳରେ ଦେଖାଯାଆନ୍ତି। ଏମାନେ ପୁରୁଣା ଗଛର ସଢି ଯାଇଥିବା କାଠରେ ବାସ କରି ଥାଆନ୍ତି। ଏହି କାଠକୁ ଖାଇ ହିଁ ଏମାନେ ବଢି ଥାଆନ୍ତି।ଏହି ପୋକଙ୍କ ଜୀବନକାଳ ସାଧାରଣତଃ ୩-୭ ବର୍ଷ। ଷ୍ଟେଗ୍‌ ବିଟଲ୍‌ ଲମ୍ବରେ ପ୍ରାୟ ୩୫-୭୫ ମିମି ହୋଇଥାଆନ୍ତି। ସେହିପରି ମାଈ ଷ୍ଟେଗ୍‌ ବିଟଲ୍‌ ୩୦-୫୦ ମିମି ଲମ୍ବ ହୋଇଥାଆନ୍ତି। ଏମାନଙ୍କ ଓଜନ ୨-୬ ଗ୍ରାମ ମଧ୍ୟରେ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ