Monday, March 30, 2026
27.4 C
Odisha

    ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ: ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟନାକୁ ନେଇ ବର୍ଷିଲେ ନବୀନ । ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ମାନସିକ ଭାବେ ଅସୁସ୍ଥ ଅଛନ୍ତି । ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ମୋତେ ଆଶ୍ଚର୍ଯ୍ୟ ଚକିତ କରିଛି । ଓଡ଼ିଶାର ବର୍ଗ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ନିଶିକାନ୍ତ ଦୁବେ।

    ଗତକାଲି ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଇଥିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ସେ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।

    ସେହିପରି ବିଜୁ ପଟ୍ଟନାୟକଙ୍କ ପରି ଜଣେ ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱଙ୍କୁ କଳଙ୍କିତ କରିବା ପ୍ରୟାସ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ସାଂସଦ ସଂତୃପ୍ତ ମିଶ୍ର । ଏହା କେବଳ ଅଜ୍ଞତା ନୁହେଁ, ବରଂ ଇତିହାସ ଏବଂ ଘଟଣାବଳୀକୁ ବିକୃତ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ବିଜୁ ପଟ୍ଟନାୟକ କେବଳ ଜଣେ ସାଧାରଣ ରାଜନୈତିକ କର୍ମକର୍ତ୍ତା ନଥିଲେ, ଯାହାଙ୍କୁ ଇତିହାସ ବା ଆନ୍ତର୍ଜାତୀୟ ସମ୍ପର୍କ ବିଷୟରେ ଜ୍ଞାନ ନଥିବା ସଂକୀର୍ଣ୍ଣ ମନୋଭାବର ବ୍ୟକ୍ତିମାନେ ଆକଳନ କରିପାରିବେ । ​ଯେଉଁମାନେ ଆଜି ପ୍ରଶ୍ନ ଉଠାଉଛନ୍ତି, ସେମାନଙ୍କର ଐତିହାସିକ ଜ୍ଞାନର ଘୋର ଅଭାବ ରହିଛି କିମ୍ବା ସେମାନେ ନିଜର ସ୍ୱାର୍ଥ ସାଧନ ପାଇଁ ଇତିହାସକୁ ମନଗଢ଼ା ଭାବେ ବ୍ୟାଖ୍ୟା କରି ଅସଲ ପ୍ରଶ୍ନରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ