Saturday, April 4, 2026
29 C
Odisha

    ଦୁର୍ଘଟଣାରେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ, ଜଣେ ଗୁରୁତର

    ଆଗକୁ ପଢନ୍ତୁ

    ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଲକାନଗିରି ଜିଲ୍ଲା ଚନ୍ଦନଗୁଡା ନିକଟରେ ପିକଅପ ଭ୍ୟାନ ସହ ବାଇକ ଧକ୍କା ହୋଇ ଜଣେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଛାତ୍ର ଗୁରୁତର ହୋଇଛନ୍ତି ।ମୃତ ଛାତ୍ରଙ୍କ ନାମ ବିକ୍ରମ ସରଦାର ଓ ଗୁରୁତର ଛାତ୍ର ଜଣକ ତାପସ ସରଦାର ବୋଲି ଜଣାପଡିଛି। ପଦ୍ମଗିରି ବିଦ୍ୟାଳୟ ଛାତ୍ର ସେରପାଲି ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯାଉଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଶେଷ ପରୀକ୍ଷା ଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ