Wednesday, September 30, 2026
22.7 C
Odisha

    ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ବିଭତ୍ସ ହତ୍ୟା

    ଆଗକୁ ପଢନ୍ତୁ

    ଗଞ୍ଜାମ : ଗଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀର ମୁଣ୍ଡ । ଦାଦାକୁ ମାରିଲା ପୁତୁରା । ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଧାରୁଆ ଅସ୍ତ୍ରରେ ରବିଙ୍କୁ ହାଣି ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟା ପରେ ବୋମା ଫୁଟାଇ ଫେରାର ହୋଇଗଲେ ହତ୍ୟା କରିବାକୁ ଆସିଥିବା ୪ ଜଣ ଦୁର୍ବୃତ୍ତ । ହରିପୁର ଗାଁ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ରବି ଦାସଙ୍କ ମୃତଦେହ ପଡ଼ିଛି। ଜେଲ ଫେରନ୍ତା ରବି ଦାସଙ୍କୁ ହାଣି ରାସ୍ତାରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ଖଲିକୋଟ ଥାନା ହରିପୁର ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଗାଁର କିଛି ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ରବି ଦାସଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ୩ ମାସ ତଳେ ଜେଲରୁ ଫେରିଥିଲେ। ପୂର୍ବ ଶତ୍ରୁତାର ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରବିଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିଲା। ଖବର ପାଇ ଖଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ