Sunday, February 1, 2026
24.7 C
Odisha

    ଦୁର୍ନୀତିଗ୍ରସ୍ତଙ୍କୁ ଛଡ଼ା ଯିବନି: ଆଇନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରହିଛି। କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁରରେ ଚଢାଉ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭିଜିଲାନ୍ସ ରେଡ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ବୟାନ ଦେଇଛନ୍ତି। ଦୁର୍ନୀତି ପ୍ରତି ସରକାର ଆହୁରି କଠୋର ହେବେ ବୋଲି କହିଛନ୍ତି। ଦୁର୍ନୀତି କରୁଥିବା କୌଣସି ବ୍ୟକ୍ତିଙ୍କ ଛଡ଼ାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଯିଏ କେହିବି ଦୁର୍ନୀତି କରିଛନ୍ତି ସେମାନଙ୍କ ବିରୋଧରେ ତଦନ୍ତ ହେବ ବୋଲି ଆଇନ ମନ୍ତ୍ରୀ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ, ଭିଜିଲାନ୍ସ ଟିମ୍‌ ବାରବାଟୀ ଷ୍ଟାଡିୟମରେ ଥିବା ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଥିବା ପ୍ଲଟରେ ଚଢ଼ାଉ ଚାଲିଛି । ଭଦ୍ରକ ଆଗରପରେ ଥିବା ଦୁଇଟି ପୈତୃକ ଘର, ଯାଜପୁର ଓ ଖୋର୍ଦ୍ଧାରେ ଘନିଷ୍ଠ ସହଯୋଗୀଙ୍କ ଘର ଓ ଭୁବନେଶ୍ବର ନୟାପଲ୍ଲୀରେ ପ୍ରଦୀପଙ୍କ ପୁଅଙ୍କ ଔଷଧ ଦୋକାନରେ ମଧ୍ୟ ଭିଜିଲାନ୍ସ ଚଢାଉ କରି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    31 %
    1.9kmh
    93 %
    Sun
    23 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ