Sunday, October 4, 2026
24.6 C
Odisha

    ସ୍ତ୍ରୀକୁ ପିଟିପିଟି ମାରିଲା ପିଶାଚ ସ୍ବାମୀ

    ଆଗକୁ ପଢନ୍ତୁ

    ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ବାଣିଦା ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି,ଦେଖିବାକୁ ମିଳିଛି। ମଦ ଖାଇବାକୁ ମନା କରିବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ।ସୂଚନା ଅନୁସାରେ ବାଣିଦା ଗ୍ରାମର ବିଦ୍ୟାଧର ମାଇତି ଓ ସ୍ତ୍ରୀ କଳ୍ପନାଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗି ରହିଥାଏ। ବିଦ୍ୟାଧର ପ୍ରତ୍ୟେକ ଦିନ ମଦ ପିଇ ଘରକୁ ଆସିବା ପରେ ଝଗଡ଼ାର ସୂତ୍ରପାତ ହେଇଥାଏ। ଗତକାଲି ରାତିରେ ବିଦ୍ୟାଧର ପ୍ରଚୁର ମଦ ଖାଇ ଘରକୁ ଫେରିବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ ନେଇ ସକାଳ ସମୟରେ କଳ୍ପନା ବାସନ ଧୋଇ ଫେରିବା ପରେ ବିଦ୍ୟାଧର ବାଲଟିରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ବାପ ଘର ପକ୍ଷରୁ ଜଳେଶ୍ଵର ଥାନାରେ ଅଭିଯୋଗ ହୋଇଛି।ମୃତକଙ୍କ ଜଣେ ଝିଅ ଓ ଜଣେ ପୁଅ ଥିବା ବେଳେ ଦୀର୍ଘ ଚାରିବର୍ଷ ଧରି ସ୍ବାମୀ ସ୍ତ୍ରୀ ମଧ୍ୟରେ କୌଣସି ସମ୍ପର୍କ ନଥିଲା। ତେବେ ଅଭିଯୋଗ ମୂଳେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ