Thursday, September 19, 2024
25.2 C
Odisha

    ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ ଜେଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ତଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି । କୁଜଙ୍ଗ ବାମଦେଇପୁରର ମକର ମଳିକକୁ ଜଗତସିଂହପୁର ଫାଷ୍ଟ ଟ୍ରାକ ବିଚାରପତି ଅଜୟକୁମାର ମହାନ୍ତିଙ୍କ କୋର୍ଟ ଦୋଷୀ ସାବ୍ୟସ୍ତ କରିବାସହିତ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୩୫ ହଜାର ଟଙ୍କା ଜୋରିମାନା ପାଇଁ ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୭ମାସ ଜେଲ ଦଣ୍ଡ ଭୋଗିବାକୁ ଉଲ୍ଲେଖ କରିଛନ୍ତି । ଅନ୍ୟ ପକ୍ଷରେ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି । କୁଜଙ୍ଗ ଥାନା ଅଂଚଳର ଜଣେ ୧୫ ବର୍ଷୀୟା ନାବାଳିକା ୨୩,ଫେବୃଆରୀ ୨୦୧୬ ରେ ଘରୁ ସ୍କୁଲକୁ ଆସିଥିଲେ । ତେବେ ସ୍କୁଲ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ । ତାଙ୍କ ବାପା ମା ଏହି ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ବହୁ ଖୋଜାଖୋଜି କରିଥିଲେ । ତେବେ ବାମଦେଇପୁର ଗ୍ରାମର ମକର ମାଲିକ ପୀଡ଼ିତାଙ୍କୁ ଅପହରଣ କରିଥିବା ସମ୍ପର୍କରେ ଜାଣିବାପରେ ଘଟଣାର ଦୁଇଦିନ ପରେ ଅର୍ଥାତ ୨୫ ଫେବୃଆରୀ ୨୦୧୬ରେ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ।କୁଜଙ୍ଗ ପୁଲିସ ପୀଡ଼ିତାଙ୍କୁ ନିଖୋଜର ୪ ଦିନ ପରେ ରାହାମାରୁ ଉଦ୍ଧାର କରିଥିଲେ । ମୁଦାଲା ନାବାଳିକାଙ୍କ ଇଚ୍ଛା ବିରୋଧରେ ରାହାମାରେ ୪ ଦିନ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା । ଏହି ଘଟଣାରେ ପୁଲିସ ମକରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
    ଏହି ମାମଲାର ଜଗତସିଂହପୁର ଫାଷ୍ଟ ଟ୍ରାକ କୋର୍ଟରେ ବିଚାର ଚାଲିବା ପରେ ୧୪ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ କୋର୍ଟ ମୁଦାଲା ମକରକୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଦୋଳଗୋବିନ୍ଦ ଦାଶ ମାମଲା ପରିଚାଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ