Thursday, March 26, 2026
26.8 C
Odisha

    ଦେଓମାଳି ପରିଦର୍ଶନରେ ଯାଇ କୁହୁଡ଼ିରେ ଫସିଲେ ଉପ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କୋରାପୁଟ ଜିଲା ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବାକୁ ଯାଇ ଘନ କୁହୁଡ଼ିରେ ଫସି ଯାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏ ନେଇ ତାଙ୍କୁ ନାକେଦମ ହେବାକୁ ପଡ଼ିଛି। ସୂଚନାମୁତାବକ, ଉପ ମୁଖ୍ୟମନ୍ତ୍ରୀ ପରିଡ଼ା ଜିଲାପାଳ ଭି ର୍କିତ୍ତି ୱାସନ, ପର୍ଯ୍ୟଟନ ସଚିବ ବଲବନ୍ତ ସିଂ, ଆରକ୍ଷୀ ଅଧିକ୍ଷକ ରୋହିତ୍‌ ଭର୍ମାଙ୍କ ସହ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁକୁ ଭତ୍ରା ଓ ଜିଲାର ଅନ୍ୟ ପଦାଧିକାରୀ ପ୍ରମୁଖ ଉକ୍ତ ପର୍ଯ୍ୟଟନସ୍ଥଳୀ ଗସ୍ତ କରି ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରି ପାରିପାଶର୍‌ବିକ ସ୍ଥିତି ଅନୁଧ୍ୟାନ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଘନ କୁହୁଡ଼ି ସାଙ୍ଗକୁ ମେଘ ଢାଙ୍ଗି ରହିଥିବା ଯୋଗୁ କିଛି ମଧ୍ୟ ଉପଭୋଗ କରି ପାରି ନ ଥିଲେ । ଯାହାଫଳରେ ଦେଓମାଳିରୁ କୋରାପୁଟ ଅଭିମୁଖେ ଫେରି ଆସିଲେ ମଧ୍ୟ କୁହୁଡ଼ିର ପ୍ରଭାବ ଯୋଗୁ ରାସ୍ତା ଦେଖା ଯାଇ ନ ଥିଲା । ଯାହାଦ୍ୱାରା କି ଉପ ମୁଖ୍ୟମନ୍ତ୍ରୀ ପରିଡ଼ାଙ୍କ ଗାଡ଼ି ସହ ସମସ୍ତ ପଦାଧିକାରୀଙ୍କ ଗାଡ଼ି ଦୀର୍ଘ ସମୟ ଧରି ଫସିରହିଥିଲା । ଯାହାକି ସମସ୍ତଙ୍କୁ ନାକେ ଦମ ହେବାକୁ ପଡିଥିଲା । ଶେଷରେ କୁହୁଡ଼ି କିଛି ମାତ୍ରାରେ କମିବା ପରେ ଫସି ରହିଥିବାସ୍ଥାନରୁ ସମସ୍ତେ ବାହାରି କୁନ୍ଦୁଲି ସାପ୍ତାହିକ ହାଟରେ ୮ଟା ୧୫ ମିନିଟରେ ପହଞ୍ଚି କୋରାପୁଟ ଅଭିମୁଖେ ଯାଇଥିଲେ । ଉପ ମୁଖ୍ୟମନ୍ତ୍ରୀ ପରିଡ଼ାଙ୍କ ଏହି ଗସ୍ତ ସନ୍ଧ୍ୟା ୪ଟା ୪୫ମିନିଟ ପରେ ହୋଇଥିବା ବେଳେ ଉକ୍ତ ପର୍ଯ୍ୟଟନସ୍ଥଳୀରେ ୫ଟା ୪୫ମିନିଟ ପହଞ୍ଚିଲେ। ଯେଉଁଥି ପାଇଁ କି ଏହିପରି ପରିସ୍ଥିତି ସମୁଖିନ ହେବାକୁ ପଡିଥିଲା । ଏହି ସମୟରେ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ଥାନାଧିକାରୀ ଚତୁର୍ଭୁଜ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ