Monday, September 28, 2026
27.5 C
Odisha

    ଦେଶାନ୍ତର ହେବେ ମହମ୍ମଦ ବାବୁ ଖାନ, ୧୪ ବର୍ଷ ହେବ କାଟୁଥିଲେ ସଜା

    ଆଗକୁ ପଢନ୍ତୁ

    ବାଲେଶ୍ବର : ବାଂଲାଦେଶର ନାଗରିକ ମହମ୍ମଦ ବାବୁ ଖାନକୁ ଆସନ୍ତାକାଲି କରାଯିବ ଦେଶାନ୍ତର । ୧୪ ବର୍ଷ ବାଲେଶ୍ଵର ଜିଲ୍ଲା କାରାଗାରରେ ସଜା କଟାଇବା ପରେ ଆସନ୍ତାକାଲି ବଙ୍ଗଳାଦେଶ ପଠାଯିବ । ବାବୁ ଖାନ ଅବୈଧ ଭାବରେ ଭାରତରେ ପ୍ରବେଶ ପରେ ବାଲେଶ୍ଵର ଆସି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲା । ବାବୁ ନାମରେ ବାଲେଶ୍ଵର ଟାଉନ୍, ବସ୍ତା , ସଦର, ଇଣ୍ଡଷ୍ଟ୍ରିଆଲ, ରେମୁଣା ଥାନା ରେ ୯ ଟି ମାମଲା ରହିଥିଲା । ୨୦୦୨ ମସିହାରେ ଶ୍ରମିକ ଭାବେ କାମ କରିବା ଉଦ୍ଦେଶ୍ୟରେ ବୈଧ ପାସପୋର୍ଟ ଓ ଭିସା ବିନା ଅବୈଧ ଭାବେ ଭାରତକୁ ପ୍ରବେଶ କରିଥିଲା ବାବୁ ଖାନ । ପରେ ବିଭିନ୍ନ ଅପରାଧିକ ମାମଲାରେ ଯୋଡ଼ି ହୋଇ ବାବୁକୁ ବିଦେଶୀ ନାଗରିକ ହିସାବରେ ୨୭.୦୫.୨୦୦୭ ରେ ଗିରଫ କରାଯାଇ ଅଦାଲତକୁ ପଠାଯାଇଥିଲା ।୧୯.୧୦.୨୦୧୨ ରେ ବାଲେଶ୍ୱରର ଏଡହକ୍ ଅତିରିକ୍ତ ସେସନ୍ସ ଜଜ (ଏଫ୍‌ଟିସି–୨) ଅଦାଲତ ଭାରତୀୟ ଦଣ୍ଡ ସଂହିତାର ଧାରା ୩୯୫ ଅନୁଯାୟୀ ତାଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଥିଲେ।

    ଜରିମାନା ଅନାଦାୟ ଆହୁରି ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ନିର୍ଦ୍ଦେଶ ଥିଲା । କାରାଦଣ୍ଡର ଅବଧି ପୂରଣ ସାରିଥିବା ବେଳେ ସେ ୦୮.୦୪.୨୦୨୬ ରେ ବାଲେଶ୍ୱର ଜିଲ୍ଲା କାରାଗାରରୁ ମୁକ୍ତି ପାଇଥିଲା । ମୁକ୍ତି ପରେ ତାଙ୍କୁ ପୋଲିସ ସୁରକ୍ଷାରେ ଏକ ଅସ୍ଥାୟୀ ନିରୋଧ କେନ୍ଦ୍ରରେ ରଖାଯାଇଥିଲା । ତେବେ ବାବୁ ଖାନ୍ ର କୋଲକାତାସ୍ଥିତ ବାଂଲାଦେଶର ଡେପୁଟି ହାଇ କମିଶନ ଦ୍ୱାରା ଜାତୀୟତା ଯାଞ୍ଚ ହେବା ସହ ଟ୍ରାଭେଲ ପରମିଟ୍ ଓ ଏକ୍ସିଟ୍ ପରମିଟ୍ ହସ୍ତଗତ ହୋଇଛି । ତେଣୁ ବାବୁ ଖାନକୁ ୦୮.୦୭.୨୦୨୬ ତାରିଖରେ ଏସ୍‌ଆଇ ଆଲୋକ କୁମାର ଜେନାଙ୍କ ନେତୃତ୍ୱରେ ପୋଲିସ ଏସ୍କର୍ଟ ସହିତ ବାଂଲାଦେଶ ପଠାଯିବ । ବାବୁ ର ଘର ବାଂଲାଦେଶ ର ଫରିଦ୍ ପୁର ଜିଲ୍ଲାର ଭଙ୍ଗା ଥାନା ଅନ୍ତର୍ଗତ ହାମିରଦି ଗାଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ