ଗବ୍ବର” ନାମରେ ପରିଚିତ ଶିଖର ଧାୱନ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ସୋଫି ସାଇନଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳୁଛି । ଏହାରି ମଧ୍ୟରେ କ୍ରିକେଟର ତାଙ୍କ ମଙ୍ଗେତର ସୋଫିଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପୋଷ୍ଟ ସେୟାର କରିବା ସହ କ୍ୟାପସନରେ ଏମିତି କିଛି ଲେଖିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ଶିଖର ଧୱନଙ୍କୁ ଅଫ୍ ହ୍ବାଇଟ୍ କଲରର ଇଣ୍ଡିଆନ୍ ଆଉଟଫିଟରେ ଦେଖିବାକୁ ମିଳିଛି । ତାଙ୍କ ସହ ସୋଫି ମଧ୍ୟ ରହିଛନ୍ତି । ସୋଫି ଗୋଲଡେନ୍ କଳରର ଚିକମିକ୍ ଲେହେଙ୍ଗା ପିନ୍ଧିଥିବା ନଜର ଆସିଛି । ଉଭୟ ସୁନ୍ଦର ଆଉଟଫିଟ୍ ସହ ହସ ହସ ମୁହଁରେ ଫଟୋ ଉଠାଇଛନ୍ତି ।
ଏଥିସହ କ୍ରିକେଟର ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ‘‘ ସଙ୍ଗୀତ ରାତି । Almost the Dhawans ’’ । ଏହି କ୍ୟାପସନ ପ୍ରଶଂସକମାନଙ୍କୁ ଉତ୍ତେଜିତ କରିଛି । କ୍ରିକେଟର ଆଗକୁ ବିବାହ କରିବାକୁ ଯାଉଛନ୍ତି ବୋଲି ଫ୍ୟାନ୍ସ ଅନୁମାନ କରୁଛନ୍ତି । ଏହା ଜୀବନର ନୂଆ ମୋଡ ବୋଲି ଏହି କ୍ୟାପସନ ସୂଚନା ମିଳୁଛି । କିନ୍ତୁ ସେ ଅଫିସିଆଲ ଭାବେ ବିବାହ ସମ୍ପର୍କରେ କୌଣସି ଘୋଷଣା କରିନାହାଁନ୍ତି ।
ସୋଫି ସାଇନ ଜଣେ ଆଇରିଶ୍ ମଡେଲ୍ । ୨୦୨୫ ମସିହାରେ ଶିଖର ଏବଂ ସୋଫିଙ୍କ ସମ୍ପର୍କ ଦୁବାଇରେ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ସମୟରେ ଆରମ୍ଭ ହୋଇଥିଲା । ସେମାନଙ୍କୁ ଷ୍ଟାଣ୍ଡରେ ଏକାଠି ଦେଖାଯାଇଥିଲା ଏବଂ ୨୦୨୫ ମେ ମାସରେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ । ସେମାନେ କିଛି ବର୍ଷ ଧରି ସମ୍ପର୍କରେ ଅଛନ୍ତି ଏବଂ ବର୍ତ୍ତମାନ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିଖର ସୋଫିଙ୍କଠାରୁ ପାଞ୍ଚ ବର୍ଷ ବଡ଼ । ଶିଖର ଦ୍ବିତୀୟ ବିବାହ କରିବାକୁ ଚାହାଁନ୍ତି ବୋଲି ତାଙ୍କ ବାପାଙ୍କ ନିକଟରେ ପ୍ରକାଶ କରିଛନ୍ତି । ଯେଉଁ ଭିଡିଓ ଭାଇରଲ ହେଉଛି ।
ଆପଣଙ୍କୁ ଜଣାଇ ରଖୁଛୁ ଯେ, ଶିଖର ୨୦୧୨ ମସିହାରେ ଅଷ୍ଟ୍ରେଲିଆର ଆୟଶା ମୁଖାର୍ଜୀଙ୍କୁ ପ୍ରଥମ ବିବାହ କରିଥିଲେ । ସେମାନେ ଏକ ପୁଅ ଜୋରାଭରର ପିତାମାତା ହୋଇଥିଲେ । ପାରସ୍ପରିକ ମତଭେଦ ଯୋଗୁଁ ୨୦୨୩ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା । ଶିଖର ଧାୱନଙ୍କ ଦ୍ୱିତୀୟ ବିବାହରେ ପ୍ରଶଂସକମାନେ ଖୁସି ପ୍ରକାଶ କରିଛନ୍ତି ।

