Thursday, August 27, 2026
25.9 C
Odisha

    ଦ୍ରୁତଗତିରେ ତରଳୁଛି ହିନ୍ଦୁକୁଶ ଗ୍ଲେସିୟର, ICIMOD ଦେଲା ଚେତାବନୀ

    ଆଗକୁ ପଢନ୍ତୁ

    ନେପାଳ : ନେପାଳରେ ଭୟଙ୍କର ବନ୍ୟା ପରେ ଆଉ ଏକ ସମସ୍ୟା ଉପୁଜିଛି । ନେପାଳରେ ଆସିଥିବା ବନ୍ୟା ଗ୍ଲେସିୟରର ବଡ଼ ଖଣ୍ଡ ଭାଙ୍ଗିଥିବାରୁ ହୋଇଛି । ଏହି ବନ୍ୟା ସବୁକିଛି ଛାରଖାର କରିଦେଇଛି । ଏହାରି ଭିତରେ ହିନ୍ଦୁ କୁଶରେ ଗ୍ଲେସିୟର ତରଳିବା ନେଇ ଚର୍ଚ୍ଚା ଚାଲିଛି । ଏହାର ଦୁଇଗୁଣା ଭାବେ ତରଳିବାରେ ଲାଗିଛି । ଯାହାର ଖୁଲାସା ICIMOD କରିଛି ।

    ରିପୋର୍ଟ ଅନୁସାରେ, ହିନ୍ଦୁକୁଶ ହିମାଳୟ (HKH) ଅଞ୍ଚଳର ଗ୍ଲେସିୟରଗୁଡ଼ିକ ଦ୍ରୁତ ଗତିରେ ତରଳୁଛି । ୨୦୦୦ ମସିହା ପରଠାରୁ ଏହି ତରଳିବାର ବେଗ ପ୍ରାୟ ଦୁଇଗୁଣା ହୋଇଛି । ୧୯୭୫ ମସିହାଠାରୁ ଏପର୍ଯ୍ୟନ୍ତ HKH ଅଞ୍ଚଳର ଗ୍ଲେସିୟରଗୁଡ଼ିକର ବରଫର ମୋଟାଇରେ ୨୭ ମିଟର ପର୍ଯ୍ୟନ୍ତ ହ୍ରାସ ହୋଇଛି । ଏହି ଅଞ୍ଚଳରେ ୬୩,୭୦୦ରୁ ଅଧିକ ଗ୍ଲେସିୟର ରହିଛି ।

    ଏହି ଗ୍ଲେସିୟରଗୁଡ଼ିକ ଏସିଆର ୧୦ଟି ପ୍ରମୁଖ ନଦୀକୁ ଜଳ ଯୋଗାଇଥାଏ । ଏହି ନଦୀଗୁଡ଼ିକ ଉପରେ ପ୍ରାୟ ୨୦୦ କୋଟି ଲୋକଙ୍କ ଜଳ, ଖାଦ୍ୟ ଓ ଜୀବିକା ନିର୍ଭର କରେ । ୧୯୯୦ରୁ ୨୦୨୦ ମଧ୍ୟରେ ଗ୍ଲେସିୟରଗୁଡ଼ିକର ୧୨ ପ୍ରତିଶତ ଏବଂ ବରଫର ମୋଟ୍ ୯ ପ୍ରତିଶତ ହ୍ରାସ ଘଟିଛି।

    ଏଗୁଡ଼ିକ ତରଳିବା ଜାରି ରହିଲେ ପାହାଡ଼ିଆ ଅଞ୍ଚଳରେ ଜଳ ସଙ୍କଟ ଆହୁରି ବଢ଼ିପାରେ । ନେପାଳରେ ଯେଉଁ ଗ୍ଲେସିୟର ଭାଙ୍ଗିବା ଘଟଣାକୁ ବନ୍ୟା ସହ ଯୋଡ଼ି ଦେଖାଯାଉଛି । ଏତେ ବଡ଼ ବିପଦ ସତ୍ତ୍ୱେ ହିନ୍ଦୁକୁଶ ହିମାଳୟ ଅଞ୍ଚଳର ଗ୍ଲେସିୟରଗୁଡ଼ିକର ନିରୀକ୍ଷଣ ଯଥେଷ୍ଟ ହେଉନାହିଁ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି ।

    ସୂଚନାଯୋଗ୍ୟ, ନେପାଳରେ ଆସିଥିବା ପ୍ରଳୟକାରୀ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୧୬୫ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକଙ୍କର ପରିଚୟ ଖୋଜା ଚାଲିଛି । ଅନେକ ଲୋକ ଏବେ ବି ନିଖୋଜ ଥିବାରୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ । କେବଳ ନେପାଳରେ ୮୨୬ ଜଣ ନିଖୋଜ ଥିବା କୁହାଯାଇଛି । ନେପାଳ ଓ ଚୀନର ତିବ୍ବତକୁ ମିଶାଇ ପ୍ରାୟ ୧,୫୦୦ ଜଣଙ୍କ ପତ୍ତା ମିଳୁନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    92 %
    1.8kmh
    100 %
    Thu
    26 °
    Fri
    30 °
    Sat
    29 °
    Sun
    24 °
    Mon
    23 °

    ସମ୍ବନ୍ଧିତ