Monday, March 30, 2026
33.2 C
Odisha

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶରେ ଦର୍ଶନ ଦେଲେ ଜଗନ୍ନାଥ

    ଆଗକୁ ପଢନ୍ତୁ

    ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ବାହୁଡା ଯାତ୍ରା ପାଇଁ ପହଣ୍ଡି କାର୍ଯ୍ୟ ସମ୍ପନ୍ନ ହେବ। ଏନେଇ ୩ରଥର ସଜଡ଼ା ବା ମରାମତି କାର୍ଯ୍ୟ ଶେଷ ହୋଇଛି। ଏଠାରେ ରଥ ଦକ୍ଷିଣମୋଡ କାର୍ଯ୍ୟକ୍ରମରେ ରଥକୁ ନବୁଲାଇ, ସିଂହାସନ, ଚାରମାଳ, ଗରୁଡ଼ ଓ ଅନ୍ୟାନ୍ୟ ଦେବାଦେବୀଙ୍କୁ ଶ୍ରୀମନ୍ଦିର ମୁଖା କରାଯାଇଛି। ଆଜି ପୂର୍ବାହ୍ଣ ୯ଟାରେ ତିନିଦିଅଁଙ୍କର ଦ୍ୱାରିକା ବା ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତିନିଦିଅଁ ରାଧାମୋହନ ମନ୍ଦିର(ମାଉସୀ ମା’ ମନ୍ଦିର) ଆଡପ ମଣ୍ଡପରେ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି। ଭକ୍ତ ଗଣ ଧାଡିରେ ଯାଇ ଦର୍ଶନ କରୁଛନ୍ତି। ଏହା ପରେ ସର୍ବସାଧାରଣଙ୍କ ପ୍ରସାଦ ସେବନ କାର୍ଯ୍ୟକ୍ରମ ଜାରି ରହିଛି । ତାପରେ ଅଢ଼େଇଟାରୁ ଅଁଳାଭେଟି, ରଥ ଚକାଛଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ଠାକୁରମାନଙ୍କୁ ଦକ୍ଷିଣ ଦ୍ୱାର ଦେଇ ବାହୁଡ଼ା ପହଣ୍ଡିରେ ନିଆଯାଇ ରଥାରୁଢ଼ କରାଯିବ ବୋଲି ପରିଚ୍ଛା ଦୁର୍ଗାଚରଣ ଜିତବାବୁଙ୍କ ପାଖରୁ ଜଣାପଡିଛି। ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ରଥ ଟଣା ହୋଇ ଶ୍ରୀମନ୍ଦିରରେ ପହଞ୍ଚିବ। ଏହାପରେ ସୁଭଦ୍ରାଙ୍କ ରଥ ଅଧାବାଟ ଅର୍ଥାତ ଟାଉନଥାନା ପର୍ଯ୍ୟନ୍ତ ଟଣାଯିବ। ବୁଧବାର ଅନ୍ତିମ ଦିନରେ ସୁଭଦ୍ରା ରଥ ସହି ବଳଭଦ୍ରଙ୍କ ରଥ ଟଣାଯାଇ ଶ୍ରୀମନ୍ଦିର ପହଞ୍ଚିବ। ଅନୁରୂପ ସାନ ଜଗନ୍ନାଥ ମହାପ୍ରଭୁଙ୍କର ରୂପା ବେଶ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ପରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହୋଇ ଦିଅଁଙ୍କୁ ରଥାଋଢ଼ କରାଯିବ। ଗୁରୁବାର ପୂର୍ବାହ୍ନରେ ପରମ୍ପରା ଅନୁସାରେ ପିଲାମାନେ ରଥ ଟାଣି ବାହୁଡାଇ ନେବେ। ଅପରପକ୍ଷରେ ବଡ଼ଦାଣ୍ଡ ସମେତ ସହରରେ ରଥଯାତ୍ରା ମେଳାରେ ଦିନ ଠାରୁ ରାତି ପର୍ଯ୍ୟନ୍ତ ଲୋକଙ୍କ ସମାଗମ଼ ଲାଗିରହିଛି। ଶିକ୍ଷାନୁଷ୍ଠାନ ଗୁଡିକରେ ଛୁଟିଦିନ ପାଇଁ ସିନେମା ହଲ ସର୍କସ ଓ ଦୋଳି ତଥା ମେଳା ପଡିଆରେ ଭିଡ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ