Friday, April 17, 2026
42.1 C
Odisha

    ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ: ପଖାଳ ଖାଇ ଫୁଡ୍ ପଏଜନିଂ? ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ସରକାରୀ ଆଶ୍ରମ ସ୍କୁଲ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହା ସହ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

    ଗତ ରବିବାର ସକାଳେ ହଷ୍ଟେଲରେ ରହୁଥିବା ପ୍ରାୟ ୨୯୦ ଜଣ ଛାତ୍ରଛାତ୍ରୀଙ୍କୁ ଖାଦ୍ୟରେ ପଖାଳ, ଆଳୁ ଭର୍ତ୍ତା ଓ ଚଟଣି ଦିଆଯାଇଥିଲା। ତେବେ ପ୍ରବଳ ଗରମ ସତ୍ତ୍ୱେ ଖାଦ୍ୟ ସଠିକ୍ ଭାବେ ରଖାଯାଇନଥିଲା । ଫଳରେ ଖାଦ୍ୟ ବିଷାକ୍ତ ହୋଇଯାଇଥିବା ଅଭିଯୋଗ ହୋଇଛି । ଖାଇବାର କିଛି ସମୟ ମଧ୍ୟରେ ପ୍ରାୟ ୧୪୦ରୁ ୧୫୦ ଜଣ ପିଲାଙ୍କ ପେଟ କାଟିବା ସହ ବାନ୍ତି ଓ ମୁଣ୍ଡ ବୁଲାଇବା ଆରମ୍ଭ ହୋଇଥିଲା । ସମସ୍ତଙ୍କୁ ତୁରନ୍ତ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥଙ୍କ ମଧ୍ୟରୁ ୫୦-୬୦ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା ।

    ତେବେ ସେଠାରେ ଆଇସିୟୁ ରେ ଚିକିତ୍ସାଧୀନ ଅବସ୍ଥାରେ କାଲି ପଞ୍ଚମ ଶ୍ରେଣୀ ଛାତ୍ରୀ ରୂପାଲୀ ବେଶ୍ରାଙ୍କର ମୃତ୍ୟୁ ଘଟିଥିଲା । ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ନିଆଁ ଖେଳିଯାଇଛି । ଉତ୍ତ୍ୟକ୍ତ ଗ୍ରାମବାସୀ ଓ ଅଭିଭାବକମାନେ ରାସଗୋବିନ୍ଦପୁର-ଜଳେଶ୍ୱର ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରୀଙ୍କ ଶବ ସହ ଶୋଭାଯାତ୍ରା କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୋଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଏହି ସଂଘର୍ଷରେ ରାସଗୋବିନ୍ଦପୁର ଥାନା ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । କାର୍ଯ୍ୟରେ ଚରମ ଅବହେଳା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପାଣିଗ୍ରାହୀଙ୍କୁ ତୁରନ୍ତ ନିଲମ୍ବିତ କରିଛି ପ୍ରଶାସନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.1 ° C
    42.1 °
    42.1 °
    12 %
    4kmh
    0 %
    Fri
    43 °
    Sat
    43 °
    Sun
    44 °
    Mon
    44 °
    Tue
    43 °

    ସମ୍ବନ୍ଧିତ