Thursday, January 15, 2026
20.1 C
Odisha

    ଧାନ କିଣା ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କ ଦୁଇଦିନିଆ ଗସ୍ତ, ହେବ ହାଇଲେଭଲ୍ ସମୀକ୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସମ୍ବଲପୁର ଓ ବରଗଡ଼ରେ ହେବ ହାଇଲେଭଲ୍ ସମୀକ୍ଷା । ଚାଷୀଙ୍କ ଅଭିଯୋଗ ଓ ଧାନ କିଣାରେ ଅହେତୁକ ବିଳମ୍ବର ହେବ ସମାଧାନ । ଦୁଇଦିନିଆ ଗସ୍ତରେ ଯାଇ ଧାନକିଣାର ପ୍ରକ୍ରିୟାର ତଦାରଖ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ଜିଲ୍ଲା ଗସ୍ତ କରି ମନ୍ତ୍ରୀ ଧାନକିଣାର ତଦାରଖ କରିବେ । ଆଜି ଅପରାହ୍ନ ୨ଟାରେ ସମ୍ବଲପୁରରେ ପହଂଚିବେ । ସନ୍ଧ୍ୟା ୬ଟାରେ ଜିଲ୍ଲାପାଳଙ୍କସମ୍ମିଳନୀ କକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ କରିବେ। ପରେ ବରଗଡ଼ ଗସ୍ତ କରିବେ । ଆସନ୍ତାକାଲି ସକାଳେ ବରଗଡ଼ରେ ଧାନକିଣା ବୈଠକ କରିବା ସହ ମଣ୍ଡି ପରିଦର୍ଶନ କରିବେ । ମଣ୍ଡିରେ ଧାନ ଉଠାଇବାରେ ହେଉଥିବା ଅହେତୁକ ବିଳମ୍ବ ନେଇ ଆଲୋଚନା କରିବେ ।

    ଏହାସହ ଚାଷୀଙ୍କୁ ଟୋକନ୍ ମିଳିବାରେ ହେଉଥିବା ଅସୁବିଧାକୁ ଦୂର କରିବାକୁ ପଦକ୍ଷେପ ନିଆଯାଇପାରେ। ମିଲର୍ ମାନଙ୍କର ବକେୟା ପ୍ରାପ୍ୟ ଏବଂ ପରିବହନ ଖର୍ଚ୍ଚ ସମ୍ବନ୍ଧୀୟ ଦାବିଗୁଡ଼ିକର ପୂରଣ କରି ଧାନ ଉଠାଣକୁ କିପରି ତ୍ୱରାନ୍ୱିତ କରାଯିବ ସେନେଇ ଆଲୋଚନା ହେବ । ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଯେପରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ତାହା ନିଶ୍ଚିତ କରାଯିବ । ମଣ୍ଡିରେ ଧାନର ଗୁଣବତ୍ତା ଯାଞ୍ଚ ନାଁରେ ଯେପରି ଚାଷୀଙ୍କୁ ଶୋଷଣ କରାନଯାଏ କିମ୍ବା ବେଆଇନ ଭାବେ ଧାନ କଟା ନଯାଏ ସେଥିପ୍ରତି ଗୁରୁତ୍ବ ଦିଆଯିବ । ମଣ୍ଡିରେ ସିସିଟିଭି କ୍ୟାମେରା, ପାନୀୟ ଜଳ ଏବଂ ଧାନ ଶୁଖାଇବା ବ୍ୟବସ୍ଥାର ସମୀକ୍ଷା କରାଯିବ । ମନ୍ତ୍ରୀଙ୍କ ବୈଠକରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହି ଚାଷୀଙ୍କ ଅଭିଯୋଗ ଉପସ୍ଥାପନ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.1 ° C
    20.1 °
    20.1 °
    37 %
    2.2kmh
    0 %
    Thu
    19 °
    Fri
    28 °
    Sat
    29 °
    Sun
    31 °
    Mon
    31 °

    ସମ୍ବନ୍ଧିତ