Tuesday, April 14, 2026
28 C
Odisha

    ଧୂମପାନ ନକରୁଥିବା ଲୋକଙ୍କୁ ମଧ୍ୟ ହେଉଛି ଫୁସଫୁସ କର୍କଟ, ଦ୍ରୁତ ଗତିରେ ବଢୁଛି ସଂଖ୍ୟା

    ଆଗକୁ ପଢନ୍ତୁ

    ଆପଣ ସିଗାରେଟ୍,ହୁକା କିମ୍ବା ବିଡି ଧୂମପାନ କରନ୍ତି ନାହିଁ, ହେଲେ ବି ଆପଣ ଫୁସଫୁସ କର୍କଟର ଶିକାର ହୋଇପାରନ୍ତି । ଧୂମପାନ କରୁଥିବା ଲୋକଙ୍କଠାରେ ସାଧାରଣତଃ ଫୁସଫୁସ କର୍କଟ ରୋଗ ଅଧିକ ଦେଖାଯାଏ। କିନ୍ତୁ ଏବେ ବାୟୁ ପ୍ରଦୂଷଣ ଫୁସଫୁସ କର୍କଟର ଆଉ ଏକ କାରଣ ପାଲଟିଲାଣି ।

    ଲାନସେଟ୍ ରେସ୍ପିରେଟରି ମେଡିସିନ୍ ଜର୍ନଲରେ ପ୍ରକାଶିତ ଏକ ରିସର୍ଚ୍ଚ ଅନୁଯାୟୀ, ଧୂମପାନ କରୁନଥିବା ଲୋକଙ୍କ ମଧ୍ୟରେ କର୍କଟ ରୋଗ ବୃଦ୍ଧି ହେଉଛି, ଏହାର କାରଣ ବାୟୁ ପ୍ରଦୂଷଣ ହୋଇପାରେ । ଅଧ୍ୟୟନ ଅନୁଯାୟୀ, ଏପରି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ଯେଉଁମାନେ ଫୁସଫୁସ କର୍କଟରେ ପୀଡିତ କିନ୍ତୁ କେବେ ଧୂମପାନ କରିନାହାଁନ୍ତି।

    ଲାନସେଟର ଏହି ଗବେଷଣାକୁ WHO ଓ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନସରର ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଛି। ଅଧ୍ୟୟନ ସମୟରେ, ୨୦୨୨ର ଗ୍ଲୋବାଲ୍ କର୍କଟ ପର୍ଯ୍ୟବେକ୍ଷଣ ତଥ୍ୟର ବିଶ୍ଲେଷଣ କରାଯାଇଛି । ଯେଉଁଥିରେ ଜାଣିବାକୁ ମିଳିଛି ଯେ ଯେଉଁମାନେ ଧୂମପାନ କରନ୍ତି ନାହିଁ ସେମାନଙ୍କ ମଧ୍ୟରେ ଆଡେନୋକାର୍ସିନୋମା ନାମକ କର୍କଟ ଅଧିକ ଦେଖିବାକୁ ମିଳୁଛି ।ଏହା ଫୁସଫୁସ କର୍କଟର ଏକ ରୂପ ।ଆଡେନୋକାର୍ସିନୋମା ହେଉଛି ଏକ କର୍କଟ , ଯାହା ଗ୍ରନ୍ଥିରେ ବିକଶିତ ହୁଏ । ରିସର୍ଚ୍ଚରମାନେ କହିବା ଅନୁସାରେ, ଏହି କର୍କଟର ସମ୍ବନ୍ଧ ଧୂମପାନ ଠାରୁ କମ୍ ଓ ବାୟୁ ପ୍ରଦୂଷଣ ଏହାର ଏକ ପ୍ରମୁଖ କାରଣ ହୋଇପାରେ।

    ଅଧ୍ୟୟନରୁ ଜଣାପଡିଛି ଯେ, ୨୦୨୨ ମସିହାରେ ସାରା ବିଶ୍ୱରେ ଯେତେ ବି କର୍କଟ ରୋଗ ହୋଇଥିଲା ସେଥିମଧ୍ୟରୁ ୫୩-୭୦ ପ୍ରତିଶତ ଲୋକ କେବେହେଲେ ଧୂମପାନ କରିନଥିଲେ । ଏସୀୟ ଦେଶଗୁଡିକରେ ଏହି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମହିଳାମାନେ ଅଧିକ ପ୍ରଭାବିତ ହେଉଛନ୍ତି । ୨୦୨୨ ମସିହାରେ ପ୍ରାୟ ଅଶୀ ହଜାର ମହିଳା ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କର ସମ୍ବନ୍ଧ ବାୟୁ ପ୍ରଦୂଷଣ ସହ ଥିଲା ।

    ପିଏମ୍ ୨.୫ପରି ପ୍ରଦୂଷକ କଣିକା ଫୁସଫୁସରେ ପ୍ରବେଶ କରି କୋଷଗୁଡ଼ିକୁ ନଷ୍ଟ କରିଦିଏ, ଯାହା ଦ୍ବାରା କର୍କଟ ରୋଗର ଆଶଙ୍କା ବଢିଯାଇଥାଏ ।ଆଇଆରସି ବୈଜ୍ଞାନିକ ଫ୍ରେଡି ବ୍ରେ କହିଛନ୍ତି, ଆଜିର ସମୟରେ ଫୁସଫୁସ କର୍କଟ ରୋଗର ମାମଲା ଶୀଘ୍ର ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ଧୂମପାନ ଅଭ୍ୟାସ ଏବଂ ବାୟୁ ପ୍ରଦୂଷଣ। ଯଦି ଏହି ପରିସ୍ଥିତିକୁ ଏଡାଇବାକୁ ଚାହୁଁଛନ୍ତି, ତେବେ ସରକାରଙ୍କୁ ତମାଖୁ ନିୟନ୍ତ୍ରଣ ଏବଂ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନୀତି କାର୍ଯ୍ୟକାରୀ କରିବାକୁ ପଡିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    22 %
    1.5kmh
    0 %
    Mon
    28 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ