Thursday, April 2, 2026
26.4 C
Odisha

    ଧ୍ବଜାବତରଣ ସମାରୋହ: ଦେଶାତ୍ମବୋଧକ ସଙ୍ଗୀତରେ ଝୁମିଲେ ଦର୍ଶକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଜୟ ଚୌକ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଧ୍ବଜାବତରଣ ସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହକୁ ଭାରତୀୟ ସ୍ଥଳସେନା, ବାୟୁସନା ଓ ନୌ‌ସେନା ପକ୍ଷରୁ ପରମ୍ପରା, ସଙ୍ଗୀତ ଏବଂ ଦେଶପ୍ରେମର ଏକ ଶକ୍ତିଶାଳୀ ମିଶ୍ରଣ ଭାବେ ପ୍ରଦର୍ଶନ କରାଯାଇଛି।ଏହି ସଙ୍ଗୀତ କାର୍ଯ୍ୟକ୍ରମ ଭାରତର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନକୁ ହୃଦୟସ୍ପର୍ଶୀ କରିଦେଇଛି। ରାଇସିନା ହିଲ୍ସର ମହାନ୍ ସ୍ଥଳରେ, ଏହି କାର୍ଯ୍ୟକ୍ରମ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି ତଥା ଦେଶର ଏକତା ଏବଂ ଗର୍ବର ଉତ୍ସବ ପାଳିତ ହୋଇଛି।ଏହି ସମାରୋହରେ ସ୍ଥଳସେନା, ବାୟୁସନା, ନୌ‌ସେନା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଅଂଶଗ୍ରହଣ କରିଥିଲେ। ଏଥର ୩୦ଟି ଭାରତୀୟ ସଙ୍ଗୀତ ଧ୍ବନୀର ପ୍ରଦର୍ଶନ କରାଯାଇଥିଲା।ଏହି ସମାରୋହରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତଥା ଅନ୍ୟ କେନ୍ଦ୍ର ମନ୍ତ୍ରୀ ଓ ବିଭିନ୍ନ ବିଭାଗର ମୁଖ୍ୟ ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ।ଧ୍ବନୀ ସଙ୍ଗୀତରେ ‘ଅମର ଭାରତୀ’, ‘ଇନ୍ଦ୍ରଧନୁଷ’, ‘ଜୟ ଜନମ୍ ଭୂମି’, ‘ଗଙ୍ଗା ଯମୁନା’ ଏବଂ ‘ଭେର୍ ସିଆଚେନ୍’ ଭଳି ସୁମଧୁର ଧ୍ବନୀ ପରିବେଷଣ କରାଯାଇଥିଲା।ଏହି ସମାରୋହର କମାଣ୍ଡର ମନୋଜ ସେବାଷ୍ଟିଆନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ସ୍ଥଳସେନା ବ୍ୟାଣ୍ଡର ପ୍ରତିନିଧିତ୍ବ ସୁବେଦାର ମେଜର ବିଶନ ବାହାଦୂର କରିଥିବାବେଳେ ନୌସେନା ବ୍ୟାଣ୍ଡର ପ୍ରତିନିଧିତ୍ବ ଏମ୍. ଆଣ୍ଟୋନି ‌ନେଇଥିଲେ। ସେହିପରି ବାୟୁସେନା ବ୍ୟାଣ୍ଡ ୱାରେଣ୍ଟ ଅଫିସର ଅଶୋକ କୁମାର ଏବଂ ସିଏପିଏଫ ବ୍ୟାଣ୍ଡ ହେଡ୍ କନଷ୍ଟେବଳ ଜିଡି ମହାଜନ କୈଲାଶ ମାଧବ ରାଓ ପ୍ରତିନିଧିତ୍ବ କରିଥିଲେ।ପାଇପ୍ ଆଣ୍ଡ ଡ୍ରମ୍ସ ବ୍ୟାଣ୍ଡ ସୁବେଦାର ମେଜର ଅଭିଲାଶ ସିଂ ପରିଚାଳନା କରୁଥିବାବେଳେ ବଗଲର୍ସଙ୍କୁ ନାଏବ ସୁବେଦାର ଭୁପାଲ ସିଂ ପରିଚାଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ