Monday, March 30, 2026
36.2 C
Odisha

    ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରିବା ପଡ଼ିଲା ମହଙ୍ଗା, ଶିକ୍ଷକଙ୍କ ନାଁରେ ଥାନାରେ ଏତଲା ଦେଲେ ବିଇଓ

    ଆଗକୁ ପଢନ୍ତୁ

    ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରିବା ପଡ଼ିଲା ମହଙ୍ଗା । ଶିକ୍ଷକଙ୍କ ନାଁରେ ଥାନାରେ ଏତଲା ଦେଲେ ବିଇଓ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ କୁର୍ସି ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ । ଏଠାରେ କାର୍ଯ୍ୟରତ ସହକାରୀ ଶିକ୍ଷକ ସନଧର ମାଝୀ ନକଲି ଯୁକ୍ତ ଦୁଇ ସାର୍ଟିଫିକେଟ ଦେଇ ଶିକ୍ଷକତା ଚାକିରି କରିବା ସହ ୨୭ ବର୍ଷ ଧରି ସରକାରୀ ଦରମା ହଡ଼ପ କରିଥିବା ଅଭିଯୋଗ ହୋଇଛି ।

    ସହକାରୀ ଶିକ୍ଷକ ସନଧର ମାଝୀ ଶିକ୍ଷା ବିଭାଗକୁ ନିଜ ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ ସମୟରେ କର୍ଣ୍ଣାଟକ ହୁବୁଳି ଠାରେ ଥିବା ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନରୁ ଯୁକ୍ତ ଦୁଇ ଶିକ୍ଷାଗତ ପ୍ରମାଣ ପତ୍ର ଦାଖଲ କରିଥିଲେ । ତେବେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ଜାଣିବା ପରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ କର୍ଣ୍ଣାଟକର ଉକ୍ତ ମାଧ୍ୟମିକ ଶିକ୍ଷା ପରିଷଦକୁ ସନଧର ମାଝୀ ଦାଖଲ କରିଥିବା ଶିକ୍ଷାଗତ ପ୍ରମାଣ ପତ୍ର ଅସଲି କି ନକଲି ତାହା ଯାଞ୍ଚ କରିବାକୁ ପଠେଇ ଥିଲେ କିନ୍ତୁ ଏହା ନକଲି ବୋଲି ଜଣା ପଡିଥିଲା ।

    ଏନେଇ ସନଧର ମାଝୀଙ୍କ ନାଁରେ ଥାନାରେ ଏତଲା ଦେବାକୁ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଘଟଣା ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ କୌଣସି ପ୍ରତିକ୍ରିୟା ଦେଇନହାନ୍ତି । ଅନ୍ୟପଟେ ଯଦି ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷା ବିଭାଗରେ ଚାକିରି କରିଛନ୍ତି ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    23 %
    1.8kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ