Saturday, April 4, 2026
28.2 C
Odisha

    ନଦୀବନ୍ଧକୁ ଭାରତ ବିରୋଧରେ ବ୍ୟବହାର କରିପାରେ ଚୀନ : ପେମା ଖାଣ୍ଡୁ

    ଆଗକୁ ପଢନ୍ତୁ

    ଇଟାନଗର: ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ୟାର୍ଲୁଙ୍ଗ ସାଙ୍ଗପୋ ନଦୀ ଉପରେ ଚୀନ୍ ଦ୍ୱାରା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍ ଡ୍ୟାମ୍ ନିର୍ମାଣ କୁ ନେଇ ଗମ୍ଭୀର ଉଦବେଗ ପ୍ରକାଶ କରି କହିଛନ୍ତି ଯେ ଏହି ପ୍ରକଳ୍ପ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ବାଂଲାଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜଳ ସୁରକ୍ଷା, ପରିବେଶ ଏବଂ ଜୀବିକା ପ୍ରତି ବଡ଼ ବିପଦ ସୃଷ୍ଟି କରିବ।

    ଜଳ ପ୍ରବାହ, ବନ୍ୟା ଏବଂ ପରିବେଶ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାର ସୁଦୂରପ୍ରସାରୀ ପରିଣାମ ହୋଇପାରେ ବୋଲି ସେ କହିଛନ୍ତି। ଖାଣ୍ଡୁ କହିଛନ୍ତି ଯେ ଚୀନ୍ ତା’ର ଜଳବିଦ୍ୟୁତ ଡ୍ୟାମ୍ ପ୍ରକଳ୍ପକୁ ‘ଜଳ ବୋମା’ ଭାବେ ବ୍ୟବହାର କରିପାରିବ।
    ‘ପରିବେଶ ଓ ସୁରକ୍ଷା’ ଶୀର୍ଷକ ଏକ ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ପେମା ଖାଣ୍ଡୁ ୟାର୍ଲୁଙ୍ଗ ସାଙ୍ଗପୋ ନଦୀଉପରେ ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ଚୀନ୍ର ଯୋଜନା ବିଷୟରେ କହିଥିଲେ।

    ସେ କହିଛନ୍ତି ଯେ ଡ୍ୟାମ୍ ନିର୍ମାଣ ଚୀନ୍କୁ ତଳମୁଣ୍ଡରେ ପ୍ରବାହିତ ଜଳର ସମୟ ଏବଂ ପରିମାଣକୁ ନିୟନ୍ତ୍ରଣ କରିବାର କ୍ଷମତା ପ୍ରଦାନ କରିବ, ଯାହା ମରୁଡ଼ି କିମ୍ବା ନିମ୍ନ ପ୍ରବାହ ସମୟରେ ଭୟଙ୍କର ପ୍ରଭାବ ପକାଇପାରେ। ଖଣ୍ଡୁ କହିଛନ୍ତି ଯେ ବ୍ରହ୍ମପୁତ୍ର ନଦୀ ଶୀତଦିନେ ଶୁଖିଯିବାର ସମ୍ଭାବନା ରହିଛି, ଯାହା ସିଆଙ୍ଗ ଅଞ୍ଚଳ ଏବଂ ଆସାମର ସମତଳ ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ ବ୍ୟାହତ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ