Saturday, April 11, 2026
30.4 C
Odisha

    ନନ ଷ୍ଟିକ ବାସନ ଟ୍ୱେଫଲନ ଫ୍ଲୁର କାରଣ

    ଆଗକୁ ପଢନ୍ତୁ

    ଯୁଗ ଯେତେ ଆଧୁନିକ ଆଡକୁ ଗତି କରୁଛି ମଣିଷ ସେତେ ଅଧିକ ରୋଗ ଗ୍ରସ୍ତ ହେଉଛି l ପୂର୍ବରୁ ଲୋକେ ମାଟି ପାତ୍ରର ର ବ୍ୟବହାର କରୁଥିଲେ,କିନ୍ତୁ ଏବେ  ଧୀରେ ଧୀରେ ସବୁକିଛି ବଦଳି ନନଷ୍ଟିକ ବାସନର ବ୍ୟବହାର ହେଉଛି ଏବଂ ଲୋକେ  ଏଥିରେ କମ ତେଲରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଉଚିତ ମନେ କରୁଛନ୍ତି l ଅବଶ୍ୟ ଗାଁ ଗହଳି ମାନଙ୍କରେ ନନଷ୍ଟିକ ବାସନ ଏତେଟା ବ୍ୟବହାର ନାହିଁ।କିନ୍ତୁ ଏହି ନନଷ୍ଟିକ ବାସନ ହିଁ ଟ୍ୱେଫଳନ ଫ୍ଲୁର କାରଣ ହେଉଛି l

    ଆମେରିକାରେ ବିଶ୍ୱ ସ୍ତରୀୟ ଗୋଟିଏ ଅଧୟନ ହୋଇ ସାରିଛି, ଯେଉଁଥିରେ ସାରା ବିଶ୍ୱର ଅନେକ ବୈଜ୍ଞାନିକ ଅନ୍ତର୍ଭୁକ୍ତ ଥିଲେ l ଏହି ଅଧୟନ ଅନୁସାରେ ଗତ ୨୦ ବର୍ଷରେ  ୟୁଏସ  ପଏଜନ ସେଣ୍ଟର ଦ୍ୱାରା ପୋଲିମର ଫ୍ୟୁମ ଫିବାର ର ୩,୬୦୦ ରୁ ଉର୍ଧ୍ଵ ରିପୋର୍ଟ ଦର୍ଜ ହୋଇ ଥିବାର ସୂଚନା ମିଳିଛି l ଯାହାକି ଗୋଟିଏ ନନଷ୍ଟିକ ପ୍ୟାନ କୋଟିଂସ ସହିତ ଜଡିତ ଫ୍ଲୁ ଅଟେ lତେବେ ଆସନ୍ତୁ ଜାଣିବା ଟ୍ୱେଫଲନ ଫ୍ଲୁ କଣ –
    ଟ୍ୱେଫଲାନ ଫ୍ଲୁ, ଯାହାକୁ ପଲିମର ଫ୍ୟୁମ ଫିବାର ମଧ୍ୟ କୁହାଯାଇ ଥାଏ l ନନଷ୍ଟିକ ପାତ୍ର ଗରମ ହେବା ଦ୍ୱାରା ଏଥିରୁ ନିର୍ଗତ ହେଉଥିବା ବାଷ୍ପକୁ ପ୍ରଶ୍ୱାସ ମାଧ୍ୟମରେ ଶରୀର ମଧ୍ୟକୁ ନେବା ଦ୍ୱାରା ଟ୍ୱେଫଲାନ ଫ୍ଲୁର ସମ୍ଭାବନା ରହିଥାଏ l ଟ୍ୱେଫଲନ କୋଟିଂ ନନଷ୍ଟିକ ବାସନ ଉପରେ ଦିଆଯାଇ ଥାଏ  ଏବଂ ଏଥିରେ ବିଶେଷ ପ୍ରକାରର କେମିକାଲର ପ୍ରୟୋଗ ହୋଇଥାଏ ଯାହାକି ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ଅଟେ lବିଶେଷ ଭାବରେ ନନଷ୍ଟିକ ପାତ୍ର ପୋଲିଟେଟ୍ରାଫ୍ଲୁଓରୋଇଥିଲୀନ ଦ୍ୱାରା ପ୍ରସ୍ତୁତ ପ୍ୟାନ ଅଟେ, ଯାହାକୁ ବିଶେଷ ଭାବରେ ଟ୍ୱେଫଲନ ଭାବରେ ଜଣାଶୁଣା ଅଟେ l ଏହାକୁ ୫୦୦ ଡିଗ୍ରୀ ଫାରେନହ୍ୱାଇଟ ରୁ ଉର୍ଧ୍ଵରେ ଗରମ କରିବା ଦ୍ୱାରା ଏଥିରୁ ଧୁଆଂ ଉତ୍ପନ୍ନ ହୋଇଥାଏ l ଏହି ଧୁଆଂରେ ଥିବା ବିଷାକ୍ତ ରସାୟନ ଶରୀର ପାଇଁ କ୍ଷତିକାରକ ଅଟେ l

    ଟ୍ୱେଫଲନ ଫ୍ଲୁ ର ଲକ୍ଷଣ –
    ମୁଣ୍ଡରେ ଯନ୍ତ୍ରଣା,ଶୀତୁଆ ଲାଗିବା,ଜ୍ୱର ଓ ବାନ୍ତି ଲାଗିବା,
    ପ୍ରଶ୍ୱାସରେ ଅସୁବିଧା ହେବା,କାଶ,ଗଳାରେ କିଚ କିଚ
    ଏହିସବୁ ସାଧାରଣ ଭାବରେ କିଛିଦିନ ପର୍ଯ୍ୟନ୍ତ ଦେଖାଦେଇଥାଏ , କିନ୍ତୁ ଦୀର୍ଘଦିନ ରହିବା ଦ୍ୱାରା ସ୍ଥିତି ଗମ୍ଭୀର ହୋଇଥାଏ l

    କିପରି ରଖିବେ ନିଜକୁ ସୁସ୍ଥ –
    ନିର୍ଦ୍ଧିଷ୍ଟ ତାପମାତ୍ରାରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ l
    ରୋଷେଇ ଘରେ ଭେଣ୍ଟିଲେସନ ରଖନ୍ତୁ l
    ଦୀର୍ଘଦିନର ନନଷ୍ଟିକ ବ୍ୟବହାର କରନ୍ତୁ ନାହିଁ l
    ଏହାର କୋଟିଂ ନଷ୍ଟ ହୋଇଗଲେ ବ୍ୟବହାର କରିବା ଉଚିତ ନୁହେଁ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ