Thursday, January 22, 2026
27.9 C
Odisha

    ନବବର୍ଷ ପାଇଁ ମାଆ ବିରଜା ଓ ମାଁ ସମଲେଶ୍ୱରୀ ମନ୍ଦିରରେ ଭିଡ଼

    ଆଗକୁ ପଢନ୍ତୁ

    ଯାଜପୁର ଟାଉନ/ସମ୍ବଲପୁର : ନବବର୍ଷ ପାଇଁ ମାଆ ବିରଜାଙ୍କ ମନ୍ଦିରରେ ଭିଡ଼ ।  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି ।  ନୂଆବର୍ଷର ବଡ଼ି ଭୋରୁ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଛି ।  ୨୦୨୬ କିପରି ଭଲରେ କଟିବ ଏବଂ ନବବର୍ଷର ପ୍ରଥମ ଦିନରେ ମାଆଙ୍କ ଆଶିଷ କାମନା ପାଇଁ କାହିଁ କେଉଁ ଆଡ଼ୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ ।

    ସେହିପରି ନବବର୍ଷରେ ମାଁ ସମଲେଶ୍ୱରୀଙ୍କ ଦର୍ଶନରୁ ଦିନ ଆରମ୍ଭ କରିବା ପାଇଁ ସକାଳୁ ସକାଳୁ ମାଁଙ୍କ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି  l  ଭୋର  ପାଞ୍ଚଟାରେ ମାଁଙ୍କ ମଙ୍ଗଳ ଆଳତୀ କରାଯାଇଥିଲା  l  ଶ୍ରଦ୍ଧାଳୁ ମାନଙ୍କ ପାଇଁ ସକାଳ  6 ଟା ରେ ମନ୍ଦିର ଗେଟ ଖୋଲା ଯାଇଥିଲା  l  ଭକ୍ତମାନେ ଯେପରି ମାଁ ଙ୍କ ଦର୍ଶନ ଭଲ ଭାବେ କରି ପାରିବେ ସେନେଇ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି  l

    ନବ ବର୍ଷର ପ୍ରଥମ ଦିନରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି  l  ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସର ବ୍ୟବସ୍ଥା କଡାକଡି ରହିଛି  l  ଆଜି ମାଁ ଙ୍କ ନିକଟରେ ଭୋଗ ସମ୍ପୂର୍ଣ ଚଢା ଯାଉଛି  l  ସନ୍ଧ୍ୟା ସମୟରେ ମଧ୍ୟ ପ୍ରବଳ ଭିଡ଼ ଅନୁମାନ କରାଯାଉଛି  l  ଏଣୁ ସୁରକ୍ଷା ଦୃଷ୍ଟିରୁ 24 ଘଣ୍ଟା ପୋଲିସ ଆଜି ମୃତୟନ ରହିବେ  l  ମାଁ ଙ୍କୁ ସ୍ୱତନ୍ତ୍ର ଦର୍ଶନ କରିବା ପାଇଁ ଟିକେଟର ବ୍ୟବସ୍ଥା କରାଯାଇଛି  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    26 %
    2.4kmh
    0 %
    Thu
    29 °
    Fri
    30 °
    Sat
    30 °
    Sun
    31 °
    Mon
    32 °

    ସମ୍ବନ୍ଧିତ