Wednesday, August 5, 2026
25.6 C
Odisha

    ଯୌତୁକ ନିର୍ଯାତନାରେ ଚାଲିଗଲା ନବବଧୂଙ୍କ ଜୀବନ, ମାରିଦେବା ଅଭିଯୋଗ ଆଣିଲେ ପରିବାର ଲୋକେ

    ଆଗକୁ ପଢନ୍ତୁ

    ବାଲେଶ୍ବର : ଶଶୁର ଘର ଲୋକଙ୍କ ବର୍ବରତା ଓ ଯୌତୁକ ନିର୍ଯାତନାରେ ଚାଲିଗଲା ନବବଧୂଙ୍କ ଜୀବନ । ହତ୍ୟା ଅଭିଯୋଗ ଆଣିଲେ ନବବଧୂଙ୍କ ପରିବାର ଲୋକେ । ମୃତ ଯୁବତୀ ଜଣକ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶ୍ରୀଜଙ୍ଗ ଅଞ୍ଚଳର ପୂର୍ଣ୍ଣିମା ମଲିକ । ତେବେ ଯୌତକରେ ସୁନା ଓ ଟଙ୍କା ପାଇଁ ସ୍ୱାମୀ,ଦେଢ଼ଶୁରଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ମିଶି ନବବଧୂଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ବେଳେ ବାରମ୍ବାର ଶୋଷଣକରୁଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ। ଯୁବତୀ ଜଣକ ଗତ ମାର୍ଚ୍ଚ ମାସ ହିନ୍ଦୁ ବୈଦିକ ରୀତିନୀତିରେ ରେମୁଣା ଥାନା ଅନ୍ତର୍ଗତ ଆର୍ମଳା ଅଞ୍ଚଳର ଅଜୟ ମଲିକଙ୍କୁ ବିବାହ କରିଥିଲେ ।

    ୫୦ ହଜାର ଟଙ୍କା ଯୌତୁକ ଆକାରରେ ନେଇଥିଲେ । ଅଳ୍ପ କିଛି ଦିନ ହସଖୁସିରେ ଶ୍ଵଶୁରଘର ମୃତ ପୂର୍ଣ୍ଣିମା ସମୟ କାଟିଥିବା ବେଳେ ପରେ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅନ୍ୟପଟେ ନବବଧୂଙ୍କ ପରିବାର ଲୋକଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ୱାମୀ ଅଜୟଙ୍କ ପରିବାର ଲୋକ । ସେମାନେ କହିଛନ୍ତି ମୃତ ପୂର୍ଣ୍ଣିମା ମଲିକ ୩ ମାସର ଗର୍ଭବତୀ ଥିବା ବେଳେ ଶରୀର ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    91 %
    1.3kmh
    100 %
    Wed
    30 °
    Thu
    26 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ