Sunday, October 4, 2026
28.6 C
Odisha

    ନବୀନ ନିବାସରେ ମିଡିଆ ମନ୍ଥନ, ସୋସିଆଲ ମିଡିଆକୁ ବିଜେଡିର ଫୋକସ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନବୀନ ନିବାସରେ ବିଜେଡିର ନୂଆ ମିଡିଆ ଟିମ୍ । ବିଜେଡିର ନବନିଯୁକ୍ତ ମିଡିଆ ଟିମ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦଳର ନୂଆ ମିଡିଆ କୋଅର୍ଡିନେଟର, ସୋସିଆଲ ମିଡିଆ ଓ ଆଇଟି ସେଲର ସଦସ୍ୟମାନେ ନବୀନଙ୍କୁ ଭେଟିଛନ୍ତି । ଲୋକଙ୍କ ପାଖରେ ଦଳର ବାର୍ତ୍ତା ପହଞ୍ଚାଇବାକୁ ଗୁରୁତ୍ୱ ଦେଉଛନ୍ତି ବିଜେଡି ସଭାପତି ।

    ଦଳର ମିଡିଆ ଓ ସୋସିଆଲ ମିଡିଆ ରଣନୀତିକୁ କିପରି ଆହୁରି ସକ୍ରିୟ ଓ ପ୍ରଭାବଶାଳୀ କରାଯିବ, ସେନେଇ ଆଲୋଚନା ହୋଇଥିବା ବୈଠକ ପରେ କହିଛନ୍ତି ବିଧାୟକ ଅରୁଣ ସାହୁ । ବିଶେଷ କରି ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ଗଣମାଧ୍ୟମ ଓ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ବିଜେପି ସରକାରର ବିଭିନ୍ନ କାର୍ଯ୍ୟ ଓ ନିଷ୍ପତ୍ତିକୁ ନେଇ ବିଜେଡି ଉଠାଉଥିବା ପ୍ରସଙ୍ଗଗୁଡ଼ିକୁ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ଅରୁଣ ସାହୁ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ