Sunday, October 4, 2026
28.6 C
Odisha

    ଫ୍ଲାଏଦୁବାଇ ଆକ୍ରମଣର ପ୍ରଶଂସା କଲା ଅଲ୍-କାଏଦା, ୯/୧୧ ସହ କଲା ତୁଳନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଆକାଶରେ ୩୫ ହଜାର ଫୁଟ୍ ଉଚ୍ଚତାରେ ପଣ୍ଡ ହୋଇଛି ଏକ ଭୟଙ୍କର ଆତଙ୍କବାଦୀ ଷଡ଼ଯନ୍ତ୍ର । ଦୁବାଇରୁ ଇସ୍ରାଏଲ୍ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଘଟିଥିବା ଏହି ଘଟଣାକୁ ୟୁଏଇ ପ୍ରଶାସନ ଆନୁଷ୍ଠାନିକ ଭାବେ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛି । ବିମାନର କକ୍‌ପିଟ୍‌ରେ ଥିବା ଏମର୍ଜେନ୍ସି କ୍ରାସ୍ ଆକ୍ସ ବ୍ୟବହାର କରି ମୁଖ୍ୟ ପାଇଲଟ୍‌ଙ୍କୁ ହତ୍ୟା କରିବା ସହ ବିମାନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ କରିଥିଲା ଓମାନୀ କୋ-ପାଇଲଟ୍ ହାମାମ ଅଲ୍-ହାମାମି । କିନ୍ତୁ ଗୁରୁତର ଭାବେ ଆହତ ଓ ରକ୍ତାକ୍ତ ହୋଇଥିଲେ ମଧ୍ୟ ହାର୍ ମାନିନଥିଲେ ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର ।

    ରିପୋର୍ଟ ଅନୁଯାୟୀ, ଏହି ଆବେଦନ ଜୁଲାଇ ମାସରେ ଅଲ-କାଏଦା ସମର୍ଥକମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସାପ୍ତାହିକ ପ୍ରକାଶନ ଅଲ-ବାୟାନର ସଦ୍ୟତମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା। ଏହାକୁ ହଟାଇବା ପୂର୍ବରୁ ଗୋଷ୍ଠୀର ଟେଲିଗ୍ରାମ ଚ୍ୟାନେଲଗୁଡ଼ିକରେ ସେୟାର କରାଯାଇଥିବା ଜଣାପଡ଼ିଛି । ଏହି ଲେଖାଟି ୯/୧୧ ଆକ୍ରମଣ ଏବଂ ସେପ୍ଟେମ୍ବର 30 ତାରିଖରେ FlyDubai ବିମାନ FZ1073 ଅପହରଣ କରିବାକୁ ଚେଷ୍ଟା କରାଯାଇଥିବା ଉଲ୍ଲେଖ କରିଥିଲା । ଲେଖାଟିରେ ଆହୁରି କୁହାଯାଇଛି, “ଆମେରିକା ଏବଂ ଜାୟୋନିଷ୍ଟମାନଙ୍କର ଆଜି ପୂର୍ବ ଅପେକ୍ଷା ଅଧିକ ଶତ୍ରୁ ଅଛନ୍ତି । ବିମାନ ୧୭୪ ଜଣ ଯାତ୍ରୀଙ୍କୁ ନେଇ ଉଡ଼ୁଥିବା ବିମାନର କକ୍‌ପିଟ୍‌ରେ ହଠାତ୍ ଆକ୍ରମଣ କରିଥିଲା କୋ-ପାଇଲଟ୍ । କ୍ୟାପ୍ଟେନ୍‌ଙ୍କୁ ହତ୍ୟା କରି ବିମାନର ନିୟନ୍ତ୍ରଣ ଛଡ଼ାଇ ନେବା ଥିଲା ତାର ଉଦ୍ଦେଶ୍ୟ । ହେଲେ ଶେଷ ପର୍ଯ୍ୟନ୍ତ ସାହସର ସହ ମୁକାବିଲା କରିଥିଲେ କ୍ୟାପ୍ଟେନ୍ ସ୍ମିତ୍ ଏବଂ ଅନ୍ୟ କ୍ରୁ ସଦସ୍ୟମାନେ । ଅଭିଯୁକ୍ତଙ୍କୁ କାବୁ କରି ସେମାନେ ଏକ ବଡ଼ ବିମାନ ଦୁର୍ଘଟଣାକୁ ଟାଳି ଦେଇଥିଲେ। ୟୁଏଇ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ଆତଙ୍କବାଦୀ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି ।

    ଏହା ସହ କ୍ୟାପ୍ଟେନ୍ ସ୍ମିତ୍‌ଙ୍କ ଅସାଧାରଣ ସାହସ, କର୍ତ୍ତବ୍ୟନିଷ୍ଠା ଓ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରି ତାଙ୍କୁ ପ୍ରକୃତ ହିରୋ ବୋଲି ପ୍ରଶଂସା କରାଯାଇଛି । ଗୁରୁତର ଭାବେ ଆହତ ହୋଇଥିଲେ ମଧ୍ୟ କ୍ୟାପ୍ଟେନ୍ ସ୍ମିତ୍ ନିଜ ସୁରକ୍ଷାଠାରୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଅଧିକ ପ୍ରାଥମିକତା ଦେଇଥିଲେ । ଏହି ସାହସିକତା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଘଟଣା ସମ୍ପର୍କରେ କ୍ୟାପ୍ଟେନ୍ ସ୍ମିତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସୂଚନା ଦେଇଥିବା ଜଣାପଡ଼ିଛି । ଏପଟେ ତଦନ୍ତ ଆଗକୁ ବଢ଼ିବା ସହ ଅଭିଯୁକ୍ତ ହାମାମ ଅଲ୍-ହାମାମିଙ୍କ ସମ୍ପର୍କରେ ମଧ୍ୟ ଅନେକ ତଥ୍ୟ ସାମ୍ନାକୁ ଆସିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ