ନୂଆଦିଲ୍ଲୀ : ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଆସନ୍ତା ନଭେମ୍ବରରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ । ଏଥିରେ କିଟ କ୍ରୀଡା ମହାନିର୍ଦ୍ଦେଶକ ପୂର୍ବାଞ୍ଚଳ ଜୋନ୍ GTCC ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଜୟପୁରର ପୂର୍ଣ୍ଣିମା ବିଶ୍ୱବିଦ୍ୟାଳୟ ଓ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ଏହାର ସହ-ଆୟୋଜକ ଅଛନ୍ତି । ଏଥିରେ ତୀରନ୍ଦାଜୀ, ଆଥଲେଟିକ୍ସ, ବ୍ୟାଡମିଣ୍ଟନ୍, ବାସ୍କେଟବଲ୍, ବକ୍ସିଂ, ଫେନସିଂ, ଫୁଟବଲ୍, ହକି, ଜୁଡୋ, କବାଡି, ମାଲଖମ୍ବ, ରଗବୀ, ଶୁଟିଂ, ସୁଇମିଙ୍ଗ, ଟେବୁଲ୍ ଟେନିସ୍, ଟେନିସ୍, ଭଲିବଲ୍, ୱେଟ ଲିଫ୍ଟିଂ, କୁସ୍ତି ଓ ଯୋଗାସନ ଆଦି ୨୦ ଟି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହେବ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୮ ହଜାର ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି ।
ଖୁସିର କଥା, କିଟ କ୍ରୀଡା ମହାନିର୍ଦ୍ଦେଶକ ଡ ଗଗନେନ୍ଦୁ ଦାଶ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଆଇୟୁ) ଦ୍ଵାରା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପୂର୍ବାଞ୍ଚଳ ଜୋନ୍ ଗେମ୍ସ ଟେକନିକାଲ କଣ୍ଡକ୍ଟ କମିଟି ସଦସ୍ୟ ମନୋନୀତ ହୋଇଛନ୍ତି। ଏଥିରେ ଖୁସି ବ୍ୟକ୍ତ କରି କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗଗନେନ୍ଦୁ ଦାଶଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି, ଏହା ଦ୍ଵାରା କିଟ ଓ କିସ କ୍ରୀଡ଼ା ବିକାଶ କ୍ଷେତ୍ରରେ ଜାତୀୟସ୍ତରର ସ୍ଥିତି ପ୍ରତିଫଳିତ ହୋଇଛି।