Thursday, April 9, 2026
25.5 C
Odisha

    ନଭେମ୍ବର ୧୫ରୁ କଟକ ବାଲିଯାତ୍ରା

    ଆଗକୁ ପଢନ୍ତୁ

    ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି। ବୁଧବାର ବସିଥିବା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି କଟକ ଜିଲାପାଳ। ତେବେ ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ଏବେ ନିଷ୍ପତ୍ତି ହୋଇନି। ପରବର୍ତ୍ତୀ ବୈଠକରେ ବାଲିଯାତ୍ରା ଦିନ ଧାର୍ଯ୍ୟ ଉପରେ ଆଲୋଚନା କରାଯିବ।ତେବେ ଚଳିତ ବର୍ଷ ବାଲିଯାତ୍ରାରେ ଟ୍ରାଫିକ୍‌ ପରିଚାଳନା ଓ ଟଏଲଟ୍‌ ସମସ୍ୟାକୁ ଗୁରୁତ୍ବ ଦିଆଯାଉଛି। ଶୃଙ୍ଖଳିତ ଓ ସୁରକ୍ଷିତ ବାଲିଯାତ୍ରା କରାଯିବା ନେଇ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ ।

    ବାଲି ଅର୍ଥାତ୍ ଅଧୁନ ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠିର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣିଅ ଦ୍ୱୀପମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା । ଏଣୁ ଏଭଳି ନାମକରଣ କରାଯାଇଥିବା ଅନୁମାନ କରାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.5 ° C
    25.5 °
    25.5 °
    65 %
    1.5kmh
    22 %
    Wed
    26 °
    Thu
    37 °
    Fri
    37 °
    Sat
    39 °
    Sun
    42 °

    ସମ୍ବନ୍ଧିତ