Friday, October 16, 2026
28.4 C
Odisha

    ନିର୍ବାଚନ ବେଳେ ହାତୀ ଦେବୁ, ଘୋଡ଼ା ଦେବୁ, କିନ୍ତୁ କାମରେ ଜିରୋ

    ଆଗକୁ ପଢନ୍ତୁ

    ଶଙ୍ଖ ଭବନରେ ବିଜେଡି ଜିଲା କର୍ମକର୍ତ୍ତା ସମାବେଶରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପାକୁ କଡ଼ା ଟାଗେଟ୍‌ କରିଛନ୍ତି। ନବୀନ କହିଛନ୍ତି, ଭାଜପା ନିର୍ବାଚନ ସମୟରେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଛି। ହାତୀ ଦେବୁ, ଘୋଡ଼ା ଦେବୁ କହି କାମରେ ଜିରୋ ବୋଲି ନବୀନ ସମାଲୋଚନା କରିଛନ୍ତି। ମା’ ମାନଙ୍କ ବିଶ୍ୱାସ ସହ ଭାଜପା ଖେଳୁଛି, ମା’ ମାନେ ଉଚିତ ଜବାବ ଦେବେ।

    ନବୀନ କହିଛନ୍ତି, ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହିଛି ଏବଂ ରହିବ। ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ଏ ଦିଗରେ ଦୃଢ଼ ଭାବେ ଆଗକୁ ବଢିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ବିଜୁ ବାବୁ ହିଁ ସାରା ଦେଶରେ ମା’ମାନଙ୍କ ସଶକ୍ତିକରଣର ମୂଳଦୁଆ ପକାଇଥିଲେ। ତାଙ୍କ ମାର୍ଗ ଦର୍ଶନରେ ୭୦ଲକ୍ଷ ମା’ ସଶକ୍ତ ହୋଇଛନ୍ତି। ଏସ୍‌ଏଚ୍‌ଜିରୁ ଏସ୍‌ଏମ୍‌ଇ ଅଭିମୁଖେ ଆଗକୁ ବଢୁଛନ୍ତି। ଓଡ଼ିଶାର ପରିଚୟ ସାଜୁଛନ୍ତି।
    ସୁଭଦ୍ରା ଯୋଜନା ହେଉ କି ୩୦୦ ୟୁନିଟ୍‌ ମାଗଣା ବିଜୁଳି, କେବଳ ମିଛ ହିଁ ଭାଜପାର ସାହାରା ସାଜିଛି। ୨ ବର୍ଷରେ ୫୦,୦୦୦ ଟଙ୍କା ଦେବେ ବୋଲି କହିଥିଲେ। ଏବେ କହୁଛନ୍ତି ୫ ବର୍ଷରେ ଦେବେ। ତା’ ପୁଣି ୬ ମାସରେ ମାତ୍ର ୫ ହଜାର ଟଙ୍କା। ସବୁ ମହିଳାଙ୍କୁ ଦେବେ ବୋଲି କହି ଏବେ କିଛି ମହିଳାଙ୍କୁ ଦେଉଛନ୍ତି। ମା’ମାନଙ୍କ ଭାବନା ଓ ବିଶ୍ୱାସ ସହ ଭାଜପା ଖେଳିବା ଉଚିତ ନୁହେଁ। ସାଧାରଣ ଲୋକଙ୍କ ବିଶ୍ୱାସ ସହ ଖେଳିବା ଉଚିତ୍‌ ନୁହେଁ। ଆମ ମା’ମାନେ ବହୁତ ସଚେତନ। ସେମାନେ ହିଁ ଏହାର ଜବାବ ଦେବେ। ପ୍ରତି ଘରେ ଘରେ ଭାଜପାର ଏପରି ମିଛ ଉପରୁ ପରଦା ଉଠାଇବା ପାଇଁ ବିଜୁ ମହିଳା ଜନତା ଦଳର କର୍ମୀ ସଙ୍କଳ୍ପବଦ୍ଧ ଭାବେ ଆଗକୁ ବଢୁଛନ୍ତି ବୋଲି ନବୀନ ଆଜିର ଏହି ବୈଠକରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ