Thursday, September 19, 2024
25.2 C
Odisha

    ନାକରୁ ଜାଣନ୍ତୁ ପୁରୁଷର ସ୍ୱଭାବ…

    ଆଗକୁ ପଢନ୍ତୁ

    ମଣିଷର ସୁନ୍ଦରତା ତାର ନାକ ଉପରେ ନିର୍ଭର କରିଥାଏ। ପୁରୁଷର ନାକ କେବଳ ମଣିଷର ସୁନ୍ଦରତା ନୁହେଁ ବରଂ ତାର ସ୍ୱଭାବ ବିଷୟରେ କହିଦିଏ । ଯଦି କେଉଁ ପୁରୁଷର ସ୍ୱଭାବ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ ତାଙ୍କ ନାକ କିପରି । ତେବେ ଜଣାପଡିଯିବ ଯେ ସେ କେଉଁ ସ୍ୱଭାବର ବ୍ୟକ୍ତି ।

    ସିଧାନାକ ବାଲା ପୁରୁଷ – ଯେଉଁ ପୁରୁଷର ନାକ ସିଧା, ସମୁଦ୍ର ଶାସ୍ତ୍ର ଅନୁସାରେ ତାଙ୍କୁ ଜାଣିବା ବହୁତ କଷ୍ଟ । ଏହି ଲୋକମାନେ ଏତେ ସହଜରେ ତାଙ୍କ ହୃଦୟର କଥା କାହା ଆଗରେ ପ୍ରକାଶ କରନ୍ତି ନାହିଁ । ଏହି ଲୋକମାନେ କଠିନ ପରିସ୍ଥିରେ ମଧ୍ୟ ଆପଣଙ୍କୁ ଶାନ୍ତ ରଖିଥାନ୍ତି । ଏମିତି ଲୋକମାନେ ବିଶେଷ କରି ପ୍ରେମ ମାମଲାରେ ବିଫଳ ହୁଅନ୍ତି ।

    ଚେପଟା ନାକ ବାଲା ପୁରୁଷ- ଯେଉଁ ଲୋକମାନଙ୍କ ନାକ ଚେପଟା ହୋଇଥାଏ ସେମାନେ କମ ବୟସରୁ ସଫଳତା ପାଇଥାନ୍ତି । ଏହି ଲୋକମାନେ କଳା ଓ ଖେଳରେ ବେଶି ରୁଚି ରଖନ୍ତି । ଏହି କ୍ଷେତ୍ରରେ ଲୋକେ ଅଧିକ ସଫଳ ହୁଅନ୍ତି । ଏହି ଲୋକମାନେ ବହୁତ ସରଳ ଓ ସଚୋଟ ହୋଇଥାନ୍ତି । ଏପରି ଲୋକଙ୍କ ପାଇଁ ସମାଜରେ ସମ୍ମାନ ବଢିଥାଏ। ଏମାନେ କାହାର ଅନିଷ୍ଟ ଚାହାନ୍ତି ନାହିଁ । ଏବଂ ସବୁବେଳେ ଶାନ୍ତ ରୁହନ୍ତି ।

    ଶୁଆ ଥଣ୍ଟ ପରି ପୁରୁଷ- ଯେଉଁ ପୁରୁଷର ନାକ ଶୁଆ ଥଣ୍ଟ ପରି ହୋଇଥାଏ ସେମାନେ ବହୁତ ଚଞ୍ଚଳ ହୋଇଥାନ୍ତି। ଯେ ପର୍ଯ୍ୟନ୍ତ ଏମାନେ ସଫଳତା ନପାଇଛନ୍ତି ସେତେବେଳେ ପର୍ଯ୍ୟନ୍ତ ଶାନ୍ତିରେ ବସନ୍ତି ନାହିଁ। ଏମାନଙ୍କ ସ୍ୱଭାବ ଭଲ ହୋଇଥାଏ । ଏବଂ ଏମାନଙ୍କ ବିରୋଧରେ ଯିଏ କହିଦିଏ ତାଙ୍କୁ ଶତ୍ରୁ ବୋଲି ଭାବନ୍ତି। ଏହି ସ୍ୱଭାବର ଲୋକମାନେ ନିଜ ସଂଘର୍ଷ ବଳରେ ଆଗକୁ ବଢିଥାନ୍ତି ।

    ଛୋଟ ନାକ ବାଲା ପୁରୁଷ- ଏହିପରି ନାକ ଥିବା ପୁରୁଷମାନେ ସ୍ୱାଭିମାନୀ ହୋଇଥାନ୍ତି । ଶୀଘ୍ର କାହା କଥାରେ ବିଶ୍ୱାସ କରନ୍ତି ନାହିଁ । ନିଷ୍ପତ୍ତିନେବା ଆଗରୁ ବହୁଥର ଚିନ୍ତା କରନ୍ତି । ଏମାନଙ୍କ କଠିନ ପରିଶ୍ରମ ସେମାନଙ୍କ ସଫଳତା ଆଣିଦେଇଥାଏ । ପ୍ରେମରେ ଧୋକା ଦଅନ୍ତି ନାହିଁ । ପ୍ରଥମତଃ ଏମାନେ ଖୁବ କମ ପ୍ରେମରେ ପଡନ୍ତି । ଯଦି ଥରେ ପ୍ରେମରେ ପଡିଲେ ତେବେ ତାଙ୍କୁ ହିଁ ଜୀବନ ସାଥୀ କରିବା ପାଇଁ କିଛି ବି କରିପାରନ୍ତିନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ