ଗ୍ରୀଷ୍ମ ଋତୁରେ ଦେଖାଦେଇଥାଏ ବିଭିନ୍ନ ସମସ୍ୟା । ଏହି ଋତୁରେ କେବଳ ଡିହାଇଡ୍ରେସନ ହୋଇନଥାଏ ବରଂ ଏହି ସମୟରେ ନାକରୁ ହଠାତ୍ ରକ୍ତ ବାହାରିବାର ସମସ୍ୟା ମଧ୍ୟ ଦେଖାଯାଏ । ଅତ୍ୟଧିକ ଗରମ ଓ ହଠାତ୍ ତାପମାତ୍ରା ପରିବର୍ତ୍ତନ ଯୋଗୁଁ ନାକ ଭିତରେ ଥିବା ସୂକ୍ଷ୍ମ ରକ୍ତବାହୀ ନଳୀ ଫାଟିଯାଏ, ଯାହାର ଫଳରେ ରକ୍ତସ୍ରାବ ଓ ଜଳାପୋଡ଼ା ଅନୁଭବ ହୁଏ ।
ଶୀତଦିନେ ନାକରୁ ରକ୍ତ ବାହାରିବା ଏକ ସାଧାରଣ କଥା । ବିଶେଷକରି ପିଲା, ବୟସ୍କ ଏବଂ ସାଇନସ୍ କିମ୍ବା ଆଲର୍ଜି ସମସ୍ୟା ଥିବା ଲୋକଙ୍କଠାରେ ଏହା ଦେଖାଯାଏ । ଯଦିଓ ଗ୍ରୀଷ୍ମ ଋତୁରେ ନାକରୁ ରକ୍ତ ବାହାରିବା ଚିନ୍ତାର ବିଷୟ ହୋଇପାରେ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବିପଦ ନୁହେଁ ଏବଂ କିଛି ଘରୋଇ ଉପଚାର ଦ୍ୱାରା ଏହାକୁ ରୋକାଯାଇପାରିବ ।
ବିଶେଷଜ୍ଞ ମତ ଅନୁଯାୟୀ, ଯଦି ଆପଣଙ୍କ ନାକରୁ ରକ୍ତ ବାହାରିଥାଏ ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଏହି ପରିସ୍ଥିତିରେ, ରୋଗୀଙ୍କୁ ଆରାମ କରିବାକୁ କୁହନ୍ତୁ । ସେ ଯେତେ ଭୟଭୀତ ହେବ, ତାଙ୍କର ସମସ୍ୟା ସେତେ ବଢ଼ିବ । ରୋଗୀଙ୍କୁ ଆରାମରେ ବସାଇ ଟିକେ ଆଗକୁ ନଇଁବାକୁ କୁହନ୍ତୁ ଯାହା ଦ୍ଵାରା ରକ୍ତ ଆଗ ଭାଗରୁ ବାହାରକୁ ବହିଯିବ ଏବଂ ଗଳାର ପଛ ପଟକୁ ନଯିବ । ଏହା ପରେ, ରୋଗୀଙ୍କୁ ତାଙ୍କ ମୁହଁ ଖୋଲି ଆରାମରେ ନିଶ୍ୱାସ ନେବାକୁ କୁହନ୍ତୁ । ଯାହା ଦ୍ବାରା ବହୁତ ଆରାମ ଲାଗିବ ।
ଶରୀରରେ ପାଣି କମିଯିବାରୁ ନାକର ଭିତର ଆସ୍ତରଣ ଶୁଖିଯାଏ ଏବଂ ରକ୍ତସ୍ରାବର ଆଶଙ୍କା ବଢ଼ିଯାଏ । ତେଣୁ ଦିନକୁ ଅତି କମରେ ୮–୧୦ ଗ୍ଲାସ ପାଣି ପିଇବା ସହ ତରଭୁଜ, କାକୁଡି ପରି ହାଇଡ୍ରେଟିଂ ଫଳ ଖାଇବା ଆବଶ୍ୟକ ।
ନାକ ଶୁଖିବାରୁ ରୋକିବା ପାଇଁ ସାଲାଇନ୍ ନାଜାଲ୍ ସ୍ପ୍ରେ ବ୍ୟବହାର କରିପାରିବେ । ଏହା ସହ ଏକ ସଫା କପଡାରେ ଅଳ୍ପ ପେଟ୍ରୋଲିୟମ୍ ଜେଲି କିମ୍ବା ନଡ଼ିଆ ତେଲ ନେଇ ନାକ ଭିତରେ ହଲୁକା ଭାବେ ଲଗାଇବା ଉପକାରୀ ହୁଏ ।
ଏୟାର କଣ୍ଡିସନର ଓ ଫ୍ୟାନ୍ ବ୍ୟବହାର କରିବାରୁ ଘର ଭିତରର ପବନ ଅତ୍ୟଧିକ ଶୁଷ୍କ ହୋଇଯାଏ, ଯାହା ନାକର ସମସ୍ୟା ବଢ଼ାଇପାରେ । ରାତିରେ ଶୋଇବାବେଳେ ହ୍ୟୁମିଡିଫାୟର୍ ବ୍ୟବହାର କଲେ ବାୟୁ ଆର୍ଦ୍ର ରହିଥାଏ ଏବଂ ନାକ ଶୁଖିବାରୁ ରକ୍ଷା ପାଏ ।
ତୀବ୍ର ଗରମରେ ବାହାରକୁ ଯିବା ସମୟରେ ଟୋପି ପିନ୍ଧିବା, ଛତା ବ୍ୟବହାର କରିବା ଏବଂ ସମ୍ଭବ ହେଲେ ଛାଇରେ ରୁହନ୍ତୁ । ଏହି ସାଧାରଣ ସତର୍କତା ଏବଂ ଘରୋଇ ଉପାୟ ଦ୍ୱାରା ଗ୍ରୀଷ୍ମ ଋତୁରେ ନାକରୁ ରକ୍ତସ୍ରାବ ସମସ୍ୟାକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ ।

