Sunday, October 26, 2025
21.1 C
Odisha

    ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ

    ଆଗକୁ ପଢନ୍ତୁ

    କଟକ : କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ ଜନୈକା ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ  ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ।  ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।  ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବ ବୋଲି ନିର୍ଦ୍ଦେଶ ରହିଛି ।  ପିଡ଼ିତା କ୍ଷତିପୂରଣ ଆଇନ ଅନୁଯାୟୀ ପିଡ଼ିତାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

    ଅଭିଯୁକ୍ତ ୨୦ ବର୍ଷୀୟ ଜଗା ଓରଫ ରାକେଶ ବେହେରା କଟକ ସ୍ୱତନ୍ତ୍ର ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି ।  ଗତ ୨୦୨୧ ମସିହା ଜୁନ ୫ ତାରିଖରେ ମାହାଙ୍ଗା ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା ।  ପୀଡ଼ିତା ନାବାଳିକା ନିଜ ସାଙ୍ଗ ଘରକୁ ତାର ଖାତା ଫେରାଇବା ପାଇଁ ଯାଇଥିଲା ।  ଏହି ସମୟରେ ଅଭିଯୁକ୍ତ ରାକେଶ ବେହେରା ଓ ତାର ସହଯୋଗୀ ଗଣେଶ୍ୱର ସେଠୀ ତୋର ବଡ଼ ଭଉଣୀ ଡାକୁଛି କହି ଏକ ଘର ଭିତରକୁ ନେଇ ଯାଇଥିଲେ ।

    ସେଠାରେ ପୀଡ଼ିତାକୁ ରାକେଶ ବେହେରା ଦୁଷ୍କର୍ମ କରିଥିଲା ।  ପରବର୍ତ୍ତୀ ସମୟରେ ପୁନଶ୍ଚ ଡାକିଥିଲା । ପୀଡ଼ିତା ଯିବାକୁ ମନା କରିବାରୁ ସେ ପୀଡ଼ିତାର ରେକର୍ଡ଼ିଂ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡି ଦେବ ବୋଲି ଧମକାଇ ଥିଲା ।  ଏହାପରେ ପୀଡ଼ିତା  ବାପା ମା’ ଆଗରେ କହିବା ପରେ ୨୦୨୧ ସେପ୍ଟେମ୍ବର ୧୦ ତାରିଖରେ ମାହାଙ୍ଗା ଥାନାରେ ଅଭିଯୋଗ କରାଯାଇଥିଲା ।

    ଏହି ଘଟଣାରେ ୨୦୨୧ ନଭେମ୍ବର ୮ ତାରିଖରେ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା ।  ୨୦୨୩ ମାର୍ଚ୍ଚ ୨୮ ତାରିଖରେ ଅଭିଯୁକ୍ତ ବିରୋଧରେ ପୋକସୋ କୋର୍ଟରେ ଚାର୍ଜଫ୍ରେମ ହୋଇଥିଲା ।  ୨୦୨୩ ଜୁଲାଇ ୨୪ ତାରିଖରେ ମାମଲାର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା ।  ଗତ ୧୫ ତାରିଖରେ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ଅଦାଲତ ।  ୮ ଜଣ ସାକ୍ଷୀଙ୍କ ବୟାନ ଓ ୨୮ ଟି ତଥ୍ୟ ପ୍ରମାଣ ଆଧାରରେ ପୋକସୋ କୋର୍ଟ ଏହି ଦଣ୍ଡବିଧାନ କରିଛନ୍ତି ।  ସ୍ୱତନ୍ତ୍ର ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ଓ ବିଶ୍ୱଜିତ ରାୟ ଏହି ମାମଲା ପରିଚାଳନା କରୁଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.1 ° C
    21.1 °
    21.1 °
    95 %
    1.3kmh
    6 %
    Sun
    29 °
    Mon
    29 °
    Tue
    27 °
    Wed
    26 °
    Thu
    23 °

    ସମ୍ବନ୍ଧିତ