Monday, October 19, 2026
21.9 C
Odisha

    ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

    ଚିଠି ମାଧ୍ୟମରେ ଇସ୍ତଫା ଦେବା ସହ ରାଜ୍ୟସଭାକୁ ମନୋନୀତ କରିଥିବାରୁ ନବୀନଙ୍କ ନିକଟରେ ଋଣୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ଏହାସହ ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ଓ ଜାତୀୟ ସ୍ତରରେ ଓଡ଼ିଶାର ସମସ୍ୟା ଉଠାଇବା ପାଇଁ ସୁଯୋଗ ଦେଇଥିବାରୁ ନବୀନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ତେବେ ଦଳରେ ତାଙ୍କୁ ଅପମାନିତ କରାଯାଉଥିବା ଏବଂ ଦଳରେ ତାଙ୍କର ଆବଶ୍ୟକତା ନଥିବା କଥା ଉଲ୍ଲେଖ କରି କହିଛନ୍ତି ଯେ, ମୁଁ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛି ଏବଂ ବର୍ଷବର୍ଷ ଧରି ଅତ୍ୟନ୍ତ ଦୃଢ଼ତାର ସହିତ ଦଳ ପାଇଁ କାମ କରିଆସିଛି। ତଥାପି, ମୁଁ ଅନୁଭବ କରୁଛି ଯେ, ବର୍ତ୍ତମାନ ମୋତେ ଦଳରେ ପଦ୍ଧତିଗତ ଭାବରେ ଅପମାନିତ କରାଯାଉଛି ଏବଂ ଦଳ ମୋ ସେବା ଆବଶ୍ୟକ କରୁ ନାହିଁ। ତେଣୁ, ମୁଁ ଜନସ୍ୱାର୍ଥ ପାଇଁ ଏହି କଠିନ ନିଷ୍ପତ୍ତି ନେଇଛି ଏବଂ ମୋର ଇସ୍ତଫା ଗ୍ରହଣ କରିବାକୁ ଆପଣଙ୍କୁ ଅନୁରୋଧ କରୁଛି ବୋଲି ସେ ଚିଠିରେ ଲେଖିଛନ୍ତି।

    ସେ ଆଗକୁ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ରାଜ୍ୟରେ ୱକଫ ବିଲ ଆଗତ ସମୟରେ ଦଳର ଆଭିମୁଖ୍ୟ ଓ ଦଳୀୟ ସଦସ୍ୟଙ୍କ କାର୍ଯ୍ୟପନ୍ଥାକୁ ନେଇ ଅସନ୍ତୁଷ୍ଟ ଥିଲେ। ଦଳର ରାଜ୍ୟ କମିଟି ଏବଂ ଜିଲ୍ଲା କମିଟିରେ ନିଜର ସମର୍ଥକଙ୍କୁ ସ୍ଥାନ ନମିଳିବା ଘଟଣାରେ ସେ ଖୁବ କ୍ଷୁବ୍ଧ ଥିଲେ। ତେବେ ଦେବାଶିଷଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିଜେଡିର ଆଉ ଏକ ସଂଖ୍ୟା କମିଛି। ୨୦୨୪ ସାଧାରଣ ନିର୍ବଚନ ପରେ ମଧ୍ୟ ସୁଜିତ କୁମାର ଓ ମମତା ମହନ୍ତ ରାଜ୍ୟସଭା ସାଂସଦ ଥାଇ ବିଜେଡିରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଉଭୟ ବିଜେପିରେ ମିଶିବା ସହ ପୁନଃନିର୍ବାଚନରେ ନିଜର ସ୍ଥିତି ବଜାୟ ରଖିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ