Thursday, April 2, 2026
37.1 C
Odisha

    ନିଖୋଜ ୧୦ ବର୍ଷୀୟ ଝିଅର ମୃତଦେହ ପୋଖରୀରୁ ଉଦ୍ଧାର, ଜଣେ ଅଟକ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ତିନିଦିନ ଧରି ନିଖୋଜ ଥିବା ୧୦ ବର୍ଷ ବୟସ ଝିଅର ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବାଡୁଳି ଗ୍ରାମର କାର୍ତ୍ତିକ ମଳିକଙ୍କ ଝିଅ ବର୍ଷାରାଣୀ ମଳିକ ଗତ ୩ ଦିନ ତଳେ ହଠାତ କେଉଁଆଡେ ନିଖୋଜ ହୋଇଯାଥିଲା। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଓ ସନ୍ଧାନୀ କୁକୁର ସହ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବାଡୁଳି ଗ୍ରାମର କାର୍ତ୍ତିକ ମଳିକଙ୍କ ୧୦ବର୍ଷର ଝିଅ ବର୍ଷାରାଣୀ ମଳିକ ଗ୍ରାମରେ ହେଉଥିବା ଦଧି କାର୍ଯ୍ୟକ୍ରମ ଦେଖିବା ପାଇଁ ଯାଇଥିଲା। ମା’ ଛେଳି ଗୁଡ଼ାଇ ଆଣିବା ପାଇଁ ବଡ଼ଭାଇକୁ କହିବା ପାଇଁ ଘରକୁ ଝିଅକୁ ପଠାଇ ଥିଲେ। ହେଲେ ଝିଅ ଘରକୁ ଆସି ଛେଳି ଗୋଡ଼ାଇ ଆଣିବାକୁ ବଡ଼ଭାଇକୁ କହି ଦଧି ଦେଖିବାକୁ ଆଉ ଯାଇ ନଥିଲା।

    ପରିବାର ଲୋକ ଓ ଗ୍ରାମବାସୀମାନେ ସବୁଆଡେ ଖୋଜା ଖୋଜି କରିବା ପରେ ଝିଅକୁ ପାଇ ନଥିଲେ। ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନ୍ଧାନୀ କୁକୁର ଏବଂ ଅଗ୍ନିଶମ ବିଭାଗ ଅଧିକାରୀମାନେ ପହଂଚି ବିଭିନ୍ନ ପୋଖରୀରେ ପଶି ଖୋଜା ଖୋଜି କରିଥିଲେ।ହେଲେ ଝିଅ କୌଣସି ପତ୍ତା ମିଳି ନଥିଲା। ଏହାକୁ ନେଇ ପରିବାର ଲୋକ ତାଙ୍କ ଝିଅକୁ କେହି ଅପହରଣ କରିଛି ବୋଲି ଅଭିଯୋଗ କରିଥିଲେ।ଏହି ଆଧାରରେ ସିମୁଳିଆ ଆଇଆଇସି, ସଦର ଏସଡିପିଓ ଏବଂ ଅନ୍ୟ ଅଧିକାରୀମାନେ ଉକ୍ତ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ। ବହୁ ଖୋଜାଖୁଜି ପରେ ଆଜି ଗ୍ରାମ ନିକଟରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରିଛି ଦମକଳ ବାହିନୀ। ଘଟଣାସ୍ଥଳରେ ଅତିରିକ୍ତ ଏସପି, ସୋର ଓ ସିମୁଳିଆ ପୁଲିସ ଓ ସାଇଣ୍ଟିପିକ ଟିମ୍‌ ପହଞ୍ଚି ତଦନ୍ତ କରୁଥିବା ବେଳେ ସନ୍ଦେହରେ ଜଣକୁ ଅଟକ ରଖି ପଚରା ଉଚରା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ