Sunday, October 4, 2026
24.3 C
Odisha

    ସ୍କୁଲ ବ୍ୟାଗରେ ପିସ୍ତଲ, ତଦନ୍ତ କରୁଛି ପୋଲିସ

    ଆଗକୁ ପଢନ୍ତୁ

    ରସାଳପୁର : ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଦାସମହାପାତ୍ର ବାଞ୍ଛାନିଧି ଉଚ୍ଚ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ବ୍ୟାଗରୁ ଏକ ବନ୍ଧୁକ ମିଳିଛି। ଏହି ଘଟଣାକୁ ନେଇ ଅଭିଭାବକ ଓ ଗ୍ରାମବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଜବତ ବନ୍ଧୁକ ଯାଞ୍ଚ କରିବା ସହ ଛାତ୍ର ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସମ୍ପୃକ୍ତ ଛାତ୍ର ଓ ପୁଲିସକୁ ଲୋକେ ଅଟକ ରଖିଥିଲେ। ପୁଲିସ ବୁଝାସୁଝା କରି ଛାତ୍ରକୁ ଉଦ୍ଧାର ପରେ ପରିବାର ଲୋକକଙ୍କୁ ହସ୍ତାନ୍ତର କରିଥିଲେ।

    ସୂଚନା ଅନୁସାରେ, ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏସଏମସି ସଦସ୍ୟାଙ୍କ ପୁଅ ଆଜି ବିଦ୍ୟାଳୟ ଆରମ୍ଭରୁ ବ୍ୟାଗରେ ବନ୍ଧୁକ ଧରି ଆସିଥିବା ଅନ୍ୟଛାତ୍ରମାନେ ଜାଣିବାକୁ ପାଇଥିଲେ। ଖେଳ ଛୁଟି ପରେ ଶିକ୍ଷକଙ୍କ ସନ୍ଦେହରେ ବ୍ୟାଗ ଦେଖିବାରୁ ଏକ ମେଟାଲ ବନ୍ଧୁକ ମିଳିଥିଲା। ଘଟଣାକୁ ନେଇ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବା ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀସଙ୍ଗୀତା ଜେନା ସେଠାରେ ପହଞ୍ଚି ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ କବିତା ସେଠୀ ଏସଏମସି କମିଟିକୁ ଖବର ଦେଇଥିଲେ। ତୁରନ୍ତ ଏକ ବୈଠକ ଡକାଯାଇ ଆଲୋଚନା ପରେ ପୁଲିସକୁ ଖବର ଦିଆଯାଇଥିଲା। ଖନ୍ତାପଡ଼ା ଥାନା ଏଏସଆଇ ଉଦୟ ନାରାୟଣ ଭକ୍ତା ବିଦ୍ୟାଳୟରେ ପହଞ୍ଚି ବନ୍ଧୁକ ଜବତ କରିବା ସହ ଛାତ୍ରକୁ ଥାନାକୁ ନେବା ସମୟରେ ଉପସ୍ଥିତ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଥିଲେ। ବନ୍ଧୁକ ଯାଞ୍ଚ କରିବା ସହ ଛାତ୍ରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ପୁଲିସକୁ ଦୀର୍ଘ ସମୟ ବିଦ୍ୟାଳୟରେ ଅଟକ ରଖିଥିଲେ।

    ଏହା ପରେ ଥାନା ଏସଆଇ ବିକ୍ରମ ମହାପାତ୍ର ଓ ଟିମ ବିଦ୍ୟାଳୟରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଆଲୋଚନା ପରେ ଛାତ୍ର ଜଣଙ୍କୁ ପୁଲିସ ଉଦ୍ଧାର କରି ଅଭିଭାବକଙ୍କୁ ହସ୍ତାନ୍ତର କରିଥିଲା। ବନ୍ଧୁକକୁ ଉଦ୍ଧାର କରି ଥାନାକୁ ନେଇଥିଲେ। ତେବେ ଏହା ପ୍ରକୃତ ବନ୍ଧୁକ କି ନକଲି ବନ୍ଧୁକ ତାହା ଯାଞ୍ଚ ପରେ ଜଣାପଡ଼ିବ ବୋଲି ପୁଲିସ ଠାରୁ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ