Sunday, March 22, 2026
32.5 C
Odisha

    ନିର୍ବାଚନକୁ ଡରୁଛି ବିଜେପି, କଂଗ୍ରେସର ହେବ ବିପୁଳ ବିଜୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହରିୟାଣା କୈଥଲରେ ଅଗ୍ରୱାଲ ଯୁବ ସଭାର ବହୁ ସଦସ୍ୟ ରବିବାର କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ଏମପି ରଣଦୀପ ସୁରଜୱାଲାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ସମୟରେ ହରିୟାଣାରେ ମତଦାନ ତାରିଖ ବଢାଇବାକୁ ଭାଜପାର ଦାବି ଉପରେ ରଣଦୀପ ସୁରଜେୱାଲା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ କେବଳ ଛୁଟିଦିନ ପାଳନ କରିବା ପରେ ନିର୍ବାଚନ କରନ୍ତି, ଯାହାଫଳରେ ସର୍ବାଧିକ ଭୋଟ ହୋଇପାରିବ। କିନ୍ତୁ ଭୋଟ ଦେବାର ତାରିଖ ବଢାଇବାକୁ ଭାଜପାର ଦାବିକୁ ଦେଖିଲେ ଲାଗୁଛି ଭାଜପା ନିର୍ବାଚନକୁ ନେଇ ଭୟଭୀତ ହୋଇଯାଇଛି। ତେବେ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଏକ ବଡ଼ ବିଜୟ ହାସଲ କରିବ ବୋଲି ସୁରଜଓ୍ବୋଲା ଦାବି କରିଛନ୍ତି। କୈଥଲରୁ କଂଗ୍ରେସ ପ୍ରାର୍ଥୀ ବିଷୟରେ ପଚରାଯିବାରୁ ସୁରଜେୱାଲା କହିଛନ୍ତି ଯେ କଂଗ୍ରେସର ଶୀର୍ଷ ନେତୃତ୍ୱ ଯାହାକୁ ସୁଯୋଗ ଦେବ କେବଳ ସେ ହିଁ ନିର୍ବାଚନ ଲଢିବେ। ପାର୍ଟି ଆମ ସମସ୍ତଙ୍କର ମା’। ହାଇ କମାଣ୍ଡର ନିଷ୍ପତ୍ତି ଆମ ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ।
    ଜମ୍ମୁ-କଶ୍ମୀରରେ କଂଗ୍ରେସ ଏବଂ ଏନସି ମିଳିତ ମଞ୍ଚ ଉପରେ ସୁରଜେୱାଲା କହିଛନ୍ତି ଯେ ଭାଜପା ମଧ୍ୟ ପିଡିପି ସହ ଏକ ମେଣ୍ଟ ଗଠନ କରିଛି। ପ୍ରଶ୍ନ ସରକାରୀ ଗଠନ ବିଷୟରେ ନୁହେଁ, ଜମ୍ମୁ-କଶ୍ମୀରରେ ଗଣତନ୍ତ୍ରର ପୁନରୁଦ୍ଧାର ବିଷୟରେ। ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖକୁ ଭଲ ଭାବରେ ବୁଝିପାରି ନାହାଁନ୍ତି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପ୍ରତିଦିନ ମୁଣ୍ଡ ଟେକୁଛି। ଜମ୍ମୁ-କଶ୍ମୀରକୁ ନେଇ ସରକାରଙ୍କ ନୀତି କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୋଦି ସରକାର ଜମ୍ମୁ-କଶ୍ମୀରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ