ସାଉଥ୍ ଷ୍ଟାର୍ ଥାଲପତି ବିଜୟ ଫିଲ୍ମ କ୍ୟାରିଅର ପରେ ତାମିଲ ରାଜନୀତିରେ ପାଦ ରଖିଛନ୍ତି । ଏବେ କିନ୍ତୁ ସେ ଖୁବ୍ ଶିରୋନାମାରେ ରହିଛନ୍ତି । ତାମିଲନାଡୁ ନିର୍ବାଚନ ପୂର୍ବରୁ ତାଙ୍କ ପତ୍ନୀ ସଙ୍ଗୀତା ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଛାଡପତ୍ରର ଖବର ଚର୍ଚ୍ଚାରେ ଥିବାବେଳେ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ସହ ବିଜୟଙ୍କ ନାଁ ଯୋଡା ଯାଉଛି । ଛାଡପତ୍ର ପରେ ଦୁହେଁ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଫିଲ୍ମ ‘ଲିଓ’ ପରେ ଥାଲପତି ବିଜୟ ଏବଂ ତ୍ରିଶାଙ୍କ ପ୍ରେମ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଲିଓ ଫିଲ୍ମ ପରେ ସୋସିଆଲ ମିଡିଆ, ପବ୍ଲିକ୍ ଇଭେଣ୍ଟ ଏବଂ ସେଲିବ୍ରିଟିମାନଙ୍କ ବିବାହ ଉତ୍ସବରେ ଉଭୟେ ନଜର ଆସିଥିଲେ । ଯାହା ଡେଟିଂର ଗୁଜବକୁ ସୃଷ୍ଟି କରିଥିଲା । ତ୍ରିଶାଙ୍କ ରାଜନୀତିରେ ଆଗ୍ରହ ଥିବାରୁ ସେମାନଙ୍କ ସମ୍ପର୍କ ମଜବୁତ ହୋଇଛି । ଏଥିସହ ସଙ୍ଗୀତା ଛାଡ଼ପତ୍ର ଦାଖଲ କରିବା ସହ ଥାଲପତି ବିଜୟ ଅନ୍ୟ କାହା ସହିତ ସମ୍ପର୍କ ରଖିଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଛାଡପତ୍ର ପରେ ବିଜୟ ସଙ୍ଗୀତାଙ୍କୁ ୨୦୦ କୋଟି ଟଙ୍କା ଦେବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ଅଭିନେତାଙ୍କ ଦ୍ବିତୀୟ ବିବାହର ଗୁଜବ ଏବେ ସୋସିଆଲ ମିଡିଆରେ ଜୋର ଧରିଛି । ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଦୁହେଁ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିବେ ବୋଲି ଏକ ଭାଇରାଲ ହେଉଥିବା ରିଲରୁ ଜଣାପଡୁଛି । ଏହା ବ୍ୟତୀତ ଏହି ଭାଇରାଲ ହେଉଥିବା ରିଲକୁ ତ୍ରିଶାଙ୍କ ମା’ ଉମା କୃଷ୍ଣନ ଲାଇକ୍ କରିଥିଲେ । ଯାହା ସେମାନଙ୍କ ସମ୍ପର୍କକୁ ତ୍ରିଶାଙ୍କ ମା’ ସମର୍ଥନ କରୁଥିବା ଅନୁମାନ କରାଯାଉଛି ।
ଗୋଟିଏ ପଟେ ଥାଲପତି ବିଜୟ ଛାଡପତ୍ର ହେବାକୁ ଯାଉଥିବାବେଳେ ତ୍ରିଶା ୧୧ ବର୍ଷ ପୂର୍ବରୁ ତାଙ୍କର ନିର୍ବନ୍ଧ ଭାଙ୍ଗି ଦେଇଥିଲେ । ୨୦୧୫ରେ ତ୍ରିଶା ଚେନ୍ନାଇର ବ୍ୟବସାୟୀ ବରୁଣ ମାନିଆନଙ୍କ ସହ ନିର୍ବନ୍ଧ କରିଥିଲେ । ଦୁହେଁ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ୫ ମାସ ମଧ୍ୟରେ ନିର୍ବନ୍ଧ ଭାଙ୍ଗି ଦେଇଥିଲେ । ତ୍ରିଶାଙ୍କ ସାଥୀ ତାଙ୍କୁ ଅଭିନୟ ଛାଡିବାକୁ ବାଧ୍ୟ କରିଥିଲେ । ହେଲେ ଏବେ କେବଳ ବିଜୟ ଏବଂ ତ୍ରିଶା ସେମାନଙ୍କ ସମ୍ପର୍କକୁ କେବେ ଅଫିସିଆଲ ଭାବେ ସେୟାର କରିବେ ତାହା ସମସ୍ତେ ଅପେକ୍ଷା କରିଛନ୍ତି ।
