Monday, April 6, 2026
24.9 C
Odisha

    ନିର୍ବାଚନ ପରେ ବଢ଼ିବ ପେଟ୍ରୋଲ-ଡିଜେଲ ଦର, ମୋବାଇଲ୍ ରିଚାର୍ଜ ମଧ୍ୟ ହେବ ମହଙ୍ଗା

    ଆଗକୁ ପଢନ୍ତୁ

    ସାରା ଦେଶରେ ଏବେ ସାଧାରଣ ନିର୍ବାଚନର ମାହୋଲ। ଅନେକ ରାଜନୈତିକ ଦଳ ଏବେ ଭୋଟରଙ୍କୁ ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ଦେବାରେ ଲାଗିପଡିଛନ୍ତି। ବର୍ତ୍ତମାନ ଆସିଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ନିର୍ବାଚନ ପରେ ସାଧାରଣ ଲୋକଙ୍କ ପକେଟ ଉପରେ ଆର୍ଥିକ ଭାର ବଢ଼ିପାରେ। କାରଣ ବଜାର ବିଶେଷଜ୍ଞମାନଙ୍କ କହିବା ମୁତାବକ ନିର୍ବାଚନ ପରେ ବଢ଼ିବ ଅଶୋଧିତ ତୈଳ ଦର। ଏମିତିକି ଫୋନ୍ ବିଲ୍ ମଧ୍ୟ ଏଥିରୁ ବାଦ୍‌ ପଡିବ ନାହିଁ। ନିର୍ବାଚନ ପରେ ମୋବାଇଲ୍ ରିଚାର୍ଜ ପ୍ଲାନ୍‌ଗୁଡିକର ମୂଲ୍ୟ ୧୫ରୁ ୧୭ ପ୍ରତିଶତକୁ ବୃଦ୍ଧି ପାଇପାରେ।
    ଚଳିତଥର ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୦ରେ ଅନୁଷ୍ଠିତ ହେବ। ଏହାପରେ ଏହି ନିର୍ବାଚନ ଜୁନ୍ ପହିଲା ସୁଦ୍ଧା ୭ଟି ପର୍ଯ୍ୟାୟରେ ଶେଷ ହେବ। ଜୁନ୍ ୪ରେ ଭୋଟ୍ ଗଣନା କରାଯିବ ଏବଂ ଏକ ନୂତନ ସରକାର ଗଠନ ହେବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଅଧିକ ରହିଥିବାବେଳେ ସାରା ବିଶ୍ବରେ ଅସ୍ଥିରତାର ବାତାବରଣ ରହିଛି। ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସହିତ ରୁଷ ଏବଂ ରୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ବନ୍ଦ ନ ହେବା ଏବଂ ସୁଧ ହାର ସମ୍ବନ୍ଧରେ ଫେଡେରାଲ୍ ରିଜର୍ଭର ଘୋଷଣା ସହ ଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ଓପେକ୍‌ ରାଷ୍ଟ୍ର ସମୂହ ଘୋଷଣା କରିଛନ୍ତି। ଏସବୁ ବାହ୍ୟ ପ୍ରଭାବର କାରଣରୁ ଘରୋଇ ବଜାର ଉପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ଜନିତ ଚାପ ରହିବ। ସମ୍ପ୍ରତି ବିଶ୍ବ ବଜାରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ଦୁଇ ସପ୍ତାହ ହେବ ବୃଦ୍ଧି ପାଇବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ