Sunday, October 18, 2026
23.2 C
Odisha

    ଆଉ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କିଏ କେଉଁଠୁ ଲଢିବେ

    ଆଗକୁ ପଢନ୍ତୁ

    ଆଗାମୀ ଲୋକସଭା ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ଏବେ ରାଜ୍ୟର ଆଉ ୯ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଅନୁସାରେ ବାଲେଶ୍ଵର ଲୋକସଭା ଆସନରୁ ଲଢ଼ିବେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। କେନ୍ଦୁଝର ଆସନରୁ ମୋହନ ହେମ୍ବ୍ରମ, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, ପୁରୀରୁ ସୁଚରିତା ମହାନ୍ତି ଓ ଭୁବନେଶ୍ୱରରୁ ୟାସିର ନୱ।ଜ ପ୍ରତିଦ୍ବନ୍ଦ୍ବିତା କରିବେ। ପୂର୍ବରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୮ଟି ଲୋକସଭା ଓ ୪୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ