Monday, July 14, 2025
25.9 C
Odisha

    ନିଲମ୍ବିତ ପ୍ରିନସିପାଲ ଦିଲ୍ଲୀପ ଘୋଷ ଗିରଫ

    ଆଗକୁ ପଢନ୍ତୁ

    ବାଲେଶ୍ବର : ବାଲେଶ୍ବର ଏଫଏମ (FM) କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହେଲେ FM କଲେଜ ନିଲମ୍ବିତ ପ୍ରିନସିପାଲ ଗିରଫ । ନିଲମ୍ବିତ ପ୍ରିନସିପାଲ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଛି । ଦିଲ୍ଲୀପ ଘୋଷଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ । ଦିଲ୍ଲୀପ ଘୋଷଙ୍କୁ ଗିରଫ କରିବା ପାଇଁ ଦାବି କରି ଆସୁଥିଲେ ପୀଡିତା ଛାତ୍ରୀଙ୍କ ପରିବାର ।

    ସେପଟେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି, ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ସନ୍ତୋଷ ତ୍ରିପାଠୀ । ସେ କହିଛନ୍ତି ଲାଗୁଛି ଯେ ପ୍ରଶାସନିକ ତଦନ୍ତରେ ବିଳମ୍ବ ହେଲା । ସେଥିପଇଁ ଏମିତି ଏକ ଅଘଟଣ ଘଟିଲା । କଲେଜ ଅଧ୍ୟକ୍ଷ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ଥିଲା । ଏପରି ସମ୍ବେଦନଶୀଳ ମାମଲାରେ ଅଧ୍ୟକ୍ଷ ୪୮ ଘଣ୍ଟା ଭିତରେ ତଦନ୍ତ ରିପୋର୍ଟ ମାଗିବାର ଥିଲା ।

    ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଆନ୍ତା ତେବେ ଏପରି ଘଟଣା ଘଟିନଥାନ୍ତା ବୋଲି କୁଳପତି କହିଛନ୍ତି । ଗତବର୍ଷ ବି ସଂପୃକ୍ତ ଅଧ୍ୟାପକଙ୍କ ନାଁରେ ଏମିତି କିଛି ଅଭିଯୋଗ ଆସିଥିଲା ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି । ଯଦି ଏହା ସତ୍ୟ ହୋଇଥାଏ ତେବେ ସାଂଘାତିକ । କାରଣ ବର୍ଷେ ଭିତରେ ସେହି ଅଧ୍ୟାପକଙ୍କ ନାଁରେ ଦ୍ବିତୀୟ ଥର ସମାନ ଅଭିଯୋଗ ଆସିଲା । ୬ ମାସ ଧରି ଅଭିଯୋଗ । ତାପରେ ଲିଖିତ ଅଭିଯୋଗ । ତେଣୁ ବୁଝାସୁଝା ପରିସ୍ଥିତିରେ ଆଉ ତାହା ନଥିଲା । ତୁରନ୍ତ ଆକ୍ସନ ନେବା ଦରକାର ଥିଲା ବୋଲି କୁଳପତି ସନ୍ତୋଷ ତ୍ରିପାଠୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    87 %
    1.1kmh
    100 %
    Mon
    26 °
    Tue
    30 °
    Wed
    31 °
    Thu
    32 °
    Fri
    31 °

    ସମ୍ବନ୍ଧିତ