Wednesday, March 18, 2026
31.9 C
Odisha

    ନିଶା ଦେଇ ମହିଳାଙ୍କୁ ଦୁଷ୍କର୍ମ

    ଆଗକୁ ପଢନ୍ତୁ

    ବଡବଜାର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ରାମପୁର ଅଞ୍ଚଳର ଅଭିମନ୍ୟୁ ସାହୁ(୪୭)।

    ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ମହିଳା ଓ ଅଭିଯୁକ୍ତ ଅଭିମନ୍ୟୁଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ରହିଛି। ବ୍ୟବସାୟ ଦୃଷ୍ଟିରୁ ଅଭିଯୁକ୍ତ ଅଭିମନ୍ୟୁ ଅନେକ ସମୟରେ ବ୍ରହ୍ମପୁର ଆସୁଥିବା ବେଳେ ମହିଳାଙ୍କ ଘରକୁ ଯିବାଆସିବା କରନ୍ତି। ଗତ ମାର୍ଚ୍ଚ ୫ତାରିଖରେ ମଧ୍ୟ ଅଭିମନ୍ୟୁ ବ୍ରହ୍ମପୁର ଆସିଥିଲେ। ଭୋର ସମୟରେ ମହିଳାଙ୍କ ସ୍ୱାମୀ କାମକୁ ଚାଲିଯିବା ପରେ ଅଭିମନ୍ୟୁ ମହିଳାଙ୍କ ଘରକୁ ଯାଇଥିଲେ। ଏହାପରେ ମହିଳାଙ୍କ ନିକଟକୁ ଯାଇ ଠାକୁରଙ୍କ ପ୍ରସାଦ ନାଁରେ କିଛି ମିଠା ଖାଇବାକୁ ଦେଇଥିଲେ। ହେଲେ ମହିଳା ଜଣକ ପରେ ଖାଇବି ବୋଲି କହିବାରୁ ଅଭିମନ୍ୟୁ ତାଙ୍କୁ ବାଧ୍ୟ କରିଥିଲେ। ମହିଳା ଜଣକ ସେହି ମିଠା ଖାଇବାର ୨୦ମିନଟ ପରେ ତାଙ୍କ ମୁଣ୍ଡ ବୁଲାଇଥିଲା ଏବଂ ସେ ଅଚେତ ହୋଇ ଖଟରେ ପଡି ଯାଇଥିଲେ। ଏହାର ସୁଯୋଗ ନେଇ ଅଭିମନ୍ୟୁ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସକାଳୁ ମହିଳା ଜଣଙ୍କ ଘଟଣା ସମ୍ପର୍କରେ ନିଜ ସ୍ୱାମୀଙ୍କୁ ଜଣାଇଥିଲେ। ହେଲେ ତାଙ୍କ ସ୍ୱାମୀ ଓଲଟି ତାଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ମହିଳା ଜଣକ ବଡବଜାର ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ କରିଥିଲା। ଘଟଣା ପରେ ଅଭିମନ୍ୟୁ କଳାହାଣ୍ଡି ଫେରିଯାଇଥିଲେ। ପୁଲିସର ଏକ ସ୍ୱତନ୍ତ୍ର ଟିମ କଳାହାଣ୍ଡି ଯାଇ ଅଭିମନ୍ୟୁଙ୍କୁ ଗିରଫ କରି ବ୍ରହ୍ମପୁର ଆଣିବା ସହ ରବିବାର କୋର୍ଟଚାଲାଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    29 %
    1.6kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ