Tuesday, September 29, 2026
30.1 C
Odisha

    ନିଶା ମହାରଣାଙ୍କୁ ଚେୟାର ମାଡ଼, ଆପତ୍ତି ଜନକ ଦୃଶ୍ୟ କରୁଥିଲେ ପରିବେଷଣ

    ଆଗକୁ ପଢନ୍ତୁ

    ଆଠଗଡ: ନିଶା ମହାରଣାଙ୍କୁ ଚେୟାର ମାଡ଼ । ଯାତ୍ରା ମଞ୍ଚ ଉପରେ ଉଡ଼ିଲା ଚେୟାର । ଗତକାଲି ଆଠଗଡ କଇଥ ଛକ ଠାରେ ଯାତ୍ରା ଚାଲିଥିଲା । ଆପତ୍ତି ଜନକ ଦୃଶ୍ୟ ପରିବେଷଣ ହେଉଥିବାରୁ ଚେୟାର ମାଡ଼ କରିଥିଲେ ଦର୍ଶକ। ମଞ୍ଚ ଉପରେ ଅଭିନୟ କରୁଥିବାବେଳେ ଚେୟାର ଓ ପାଣି ବୋତଲ ମାଡ଼ ହୋଇଥିଲା।

    ନୂଆ କରି ଗଢ଼ି ଉଠିଥିବା ତାରିଣୀ ଗଣନାଟ୍ୟରେ ନିଶାଙ୍କୁ ବିରୋଧ କରାଯାଇଛି । ରବିବାର ଆଠଗଡ କଇଥ ଛକଠାରେ ତାରିଣୀ ଗଣନାଟ୍ୟର ପ୍ରଥମ ରାତିର ନାଟକ “ନିଶା ନିଶା ରାତି” ଯାତ୍ରା ପରିବେଷଣ ବେଳେ ନିଶା ମହାରଣା ଅଭିନୟ କରୁଥିଲେ । ଏହି ସମୟରେ ସେ ଏକ ଆପତ୍ତିଜନକ ଦୃଶ୍ୟ ପରିବେଷଣ କରିଥିଲେ । ଯେଉଁଥି ପାଇଁ ଷ୍ଟେଜ ଉପରକୁ ଚେୟାର ଓ ପାଣି ବୋତଲ ମାଡ କରିଥିଲେ ଦର୍ଶକ । ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏନେଇ ନିଶାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ