Wednesday, November 11, 2026
25.5 C
Odisha

    ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଓଲଟି ଚାଳକ ମୃତ; ଲୁହା ରଡ୍‌ ମଧ୍ୟରେ ଚାପି ହୋଇ ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ପାଳଲହଡା  : ଗତକାଲି ମଧ୍ୟରାତ୍ରିରେ ସୁନ୍ଦରଗଡ଼ରୁ କେଉଁଝର ଯାଉଥିବା ଏକ ଲୁହା ରଡ୍‌ ବୋଝେଇ ଟ୍ରକ୍‌ ୪୯ ନମ୍ବର ଜାତୀୟ ରାଜପଥର ଯୋଗୀମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଟ୍ରକ୍‌ରେ ବୋଝେଇ ହୋଇଥିବା ଲୁହା ରଡ୍‌ ମଧ୍ୟରେ ଚାଳକ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତେବେ ମୃତ ଚାଳକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

    ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୁହା ରଡ୍‌ ମଧ୍ୟରୁ ମୃତଦେହ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

    ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ କେନ୍ଦୁଝର ଅଭିମୁଖେ ଯାଉଥିଲା ଲୁହା ରଡ୍‌ ବୋଝେଇ ଟ୍ରକ । ତେବେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିକଟ ୪୯ ନମ୍ବର ଜାତୀୟ ରାଜପଥର ଯୋଗୀମୁଣ୍ଡା ଛକରେ ହଠାତ୍ ଭାରସାମ୍ୟ ହରାଇଥିଲା ଟ୍ରକଟି । ଫଳରେ ରାସ୍ତା ଉପରେ ଓଲଟି ପଡ଼ିଥିଲା ଲୁହା ରଡ୍‌ ବୋଝେଇ ଟ୍ରକ ।

    ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକ ଭିତରେ ଚାଳକ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ, ଚାଳକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା । ତେବେ ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଲା, ସେନେଇ ତଦନ୍ତ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.5 ° C
    25.5 °
    25.5 °
    58 %
    1.3kmh
    0 %
    Wed
    27 °
    Thu
    26 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ