Friday, October 2, 2026
22.2 C
Odisha

    ୨ରୁ ୪ ଡିଗ୍ରି ଖସିବ ପାରଦ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଏଥିସହ ଗୁରୁଚାପ ବଳୟ ଦେଶର ମଧ୍ୟଭାଗକୁ ସ୍ଥାନାନ୍ତରଣ ହେତୁ ଏହି ପ୍ରକ୍ରିୟା ଆହୁରି ପ୍ରଶମିତ ହୋଇଛି। ପରିଣାମ ସ୍ବରୂପ ଓଡ଼ିଶାର କେ‌ତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ତଳ ମୁହାଁ ହୋଇଛି। ଗତକା‌ଲି ୧୮ ଡିଗ୍ରି ଥିବା ରାଉରକେଲାର ସର୍ବନିମ୍ନ ତାପମାତ୍ରା ଆଜି ୬.୫ ଡିଗ୍ରି ହ୍ରାସ ପାଇ ୧୧.୫ ଡିଗ୍ରିରେ ପହଞ୍ଚିଛି।ଯାହାକି ସାରା ରାଜ୍ୟରେ ସର୍ବନିମ୍ନ। ଅନୁରୂପ ଭାବେ ଝାରସୁଗୁଡ଼ା ତାପମାତ୍ରା ଗତକାଲି ଅପେକ୍ଷା ୬.୧ ଡିଗ୍ରି ହ୍ରାସ ପାଇ ୧୨.୨ ଡିଗ୍ରିରେ ପହଞ୍ଚିଛି। ଉପକୂଳ ଓଡ଼ିଶା ବ୍ୟତୀତ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ତଳକୁ ଖସି ଆସିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ପରବର୍ତ୍ତୀ ସମୟରେ ସ୍ଥିର ରହିବ। ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ରୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ