ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ, ଭିଟାମିନ ସି, ଏନଜାଇମ, ବି କୋମ୍ପେଲକ୍ସ ଠାରୁ ମଧ୍ୟ ଅନେକ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ । କେବଳ ଗରମ ଦିନରେ ନୁହେଁ ବରଂ ସବୁ ସମୟରେ ଏହାର ସେବନ ଲାଭଦାୟକ ହୋଇଥାଏ । ଏଥିରୁ ମିଳୁଥିବା ଫାଇଦା ସମ୍ପର୍କରେ ଆସନ୍ତୁ ଜାଣିବା ।
ପଇଡ ପାଣି ପିଇବାର ଫାଇଦା :
ଓଜନକୁ ନେଇ ଚିନ୍ତାରେ ଅଛନ୍ତି କି ?ତେବେ ସେମାନେ ପଇଡ଼ ପାଣିକୁ ପ୍ରତିଦିନ ପିଇବା ଆବଶ୍ୟକ । ଯାହାଦ୍ୱାରା ମେଦବହୁଳତା କମ୍ କରିବାରେ ସାହାଯ୍ୟ କରିବ । ଏହି ପାଣି ପିଇବା ଦ୍ୱାରା ବ୍ଲଡ ସାର୍କୁଲେସନ ଭଲ ହୋଇଥାଏ । ନେଚୁରାଲ ଆଣ୍ଟିଅକ୍ସିଡେଣ୍ଟ ଭାବରେ ପଇଡ ପାଣି ବହୁତ ଲାଭ ଦାୟକ । ଏହାକୁ ପିଇବା ଦ୍ବାରା ରକ୍ତ ସଞ୍ଚାଳନ ଠିକ୍ ଭାବରେ ଚାଲିଥାଏ ।
ଆପଣଙ୍କୁ ଜଣାଇ ରଖୁଛୁ ଯେ, କୋଲେଷ୍ଟ୍ରଲ ବଢ଼ିବା କାରଣରୁ ହ୍ରୁଦୟ ଜନିତ ସମସ୍ୟା ଦେଖାଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ଡାଏଟରେ ପଇଡ ପାଣି ନିଶ୍ଚୟ ସାମିଲ କରନ୍ତୁ। ଯାହା ଖୁବ୍ ଶୀଘ୍ର କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଏହି ପାଣି ପିଇବା ଦ୍ବାରା ହ୍ରୁଦୟ ସମ୍ବଦ୍ଧୀୟ ରୋଗରୁ ଆପଣମାନେ ମୁକ୍ତି ପାଇପାରିବେ ।
ଏତିକି ନୁହେଁ ଏହାକୁ ପିଇବା ଦ୍ବାରା ହାଇପରଟେନସନର ଚିନ୍ତା ଦୂର ହୋଇଥାଏ । ଯାହାଦ୍ବାରା ରକ୍ତଚାପକୁ ନିୟନ୍ତ୍ରଣ କରାଯାଇଥାଏ । ମୁଣ୍ଡବ୍ୟଥା ଏବଂ ମାଇଗ୍ରେନର କଷ୍ଟରୁ ମୁକ୍ତି ପାଇବା ପାଇଁ ପଇଡ ପାଣି ଫଳପ୍ରଦ ହୋଇଥାଏ । ଏଥିରେ ଭରି ରହିଥିବା ମ୍ୟାଗ୍ନେସିୟମ କଷ୍ଟରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ।
ପଇଡ ପାଣି ପୋଷକ ତତ୍ତ୍ବ ଏବଂ ପ୍ରାକ୍ରୁତିକ ଲକ୍ଷଣଯୁକ୍ତ ପଦାର୍ଥ । ଗର୍ଭବତୀ ମହିଳାଙ୍କର ପୋଷଣରେ ଜଡିତ ଅନେକ ଆବଶ୍ୟକକୁ ପୁରା କରିବାରେ ଏହା ବହୁତ ଲାଭଦାୟକ ହୋଇଥାଏ । ଏହା ପିଇବା ଦ୍ବାରା ୟୁରିନ ଇନଫେକସନ ଭଳି ଚିନ୍ତାକୁ ଦୂର କରିଥାଏ । ପ୍ରତିରୋଧକ କ୍ଷମତାକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରେ ।
ଯଦି ଆପଣଙ୍କର କେଶ ଝଡୁଥାଏ, ତେବେ ପଇଡ ପାଣି ପିଅନ୍ତୁ । ଏଥିରେ ଭିଟାମିନ ଏବଂ ଆଇରନ ରହିଥାଏ ଯାହା କେଶକୁ ବଢ଼ାଇବା ସହିତ କେଶ ଝଡିବା କମ୍ କରିଥାଏ ।
ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପଇଡ ପାଣି ରକ୍ତ ସର୍କରାର ସ୍ତରକୁ କମ୍ କରି ମଧୁମେହକୁ ସୁଧାରି ଥାଏ । ଯେଉଁ ଲୋକଙ୍କୁ ଥାଇରଏଡର ସମସ୍ୟା ହୋଇଥାଏ, ସେମାନେ ସକାଳୁ ପଇଡ ପାଣି ପିଇବାର ଅଭ୍ୟାସ କରିଦିଅନ୍ତୁ ।